Ads

ଗୁଣପୁର: ରାୟଗଡା ଜିଲ୍ଲା ଗୁଣୁପୁର ଦକ୍ଷିଣ ଓଡିଶାର ଏକ ଶାନ୍ତ ସହର ରୂପେ ପରିଚିତ । ଗତକାଲି ରାତ୍ରିରେ ଜଣେ ଏନଜିଓର ନିର୍ଦ୍ଦେଶକଙ୍କୁ ଗୁଳି କରି ଅତି ବର୍ବରରିତ ଭାବେ ହତ୍ୟା କରିବା କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଦୃବୁର୍ତ୍ତଙ୍କୁ ଧରିବାରେ ପୁଲିସର ହାତ ଖାଲି । ଆଜି ରାୟଗଡାର ଏକ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଛନ୍ତି । ସହରରେ ପ୍ରଥମେ ଗୁଳି ଫୁଟିବା ଓ ନିର୍ମମ ଭାବେ ହତ୍ୟା କରିବା ପରେ ଶାନ୍ତ ସହର ଏବେ ଅଶାନ୍ତ ହୋଇପଡିଛି । ଗତକାଲି ରାତ୍ର ସହରର ପୁରୁଣା ଷ୍ଟେଟବ୍ୟାଙ୍କ ସାହିର ଆଶା ସଂସ୍ଥାର ନିର୍ଦ୍ଦେଶକ ଗୌରୀ ମିଶ୍ର (୫୫) ବିକ୍ରମପୁରସ୍ଥିତି ଓଭରବ୍ରିଜ ନିକଟରେ ସାଙ୍ଗ ମେଳିରେ ଥିବାବେଳେ ଅଚାନକ ଏକ ବାଇକରେ ତିନି ବ୍ୟକ୍ତି ଆସି ଅତି ନିକଟରୁ ଗୁଳି କରି ହତ୍ୟା କରି ଚମ୍ପଟ ମାରିଥିଲେ । ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ସହରର ଚାରି ପାଶ୍ୱର୍ରେ ଥିବା ଥାନାକୁ ସୂଚନା ଦେବା ସହ ଘଟଣାର ଅଧିକା ଅନୁସନ୍ଧାନ ଆରମ୍ଭ କରିଛି ।
Previous Post Next Post

ADS