ବୌଦ୍ଧ: ବଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା । ଯାହାଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ କମଲପୁର ଛକ ନିକଟରେ । ମିଳିଥିବା ଖବର ଅନୁସାରେ ବାଉଁଶୁଣୀ ପୋଲିସ କୌଣସି କାର୍ଯ୍ୟରେ କଟକ ଯାଇଥିଲେ ସେଠାରୁ ବାଉଁଶୁଣି ଫେରୁଥିବା ବେଳେ ଆଜି ଭୋର ସମୟରେ ଜହ୍ନାପଙ୍କ ଫାଣ୍ଡି ତେଲିବନ୍ଦ କମଲପୁର ଛକ ନିକଟରେ ଟ୍ରକ୍ ସହିତ ବଲେରୋ ଧକ୍କା ହୋଇଥିବା ବେଳେ ଡ୍ରାଇଭର ସମେତ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଗୁରୁତର ରହିଥିବା ଜଣାପଡିଛି । ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ସୂଚନା ରହିଛି ।