Ads

ଗୁଣୁପୁର: ଗୁଣପୁର, ଗାନ୍ଧି ପବ୍ଲିକ ସ୍କୁଲ ଗୁଣପୁରରେ ଏକ ଦିବସୀୟ ଶିକ୍ଷା ଭିତ୍ତିକ କର୍ମଶାଳା "ଜାତୀୟ ଶିକ୍ଷା ନୀତି -୨୦୨୦"  ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଗାନ୍ଧି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ପାଠୀ ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ । ଦିଲ୍ଲୀ ପବ୍ଲିକ ସ୍କୁଲ ଦାମନଯୋଡିର ପ୍ରାଧ୍ୟାପକ ଅନୀଲ କୁମାର ପଟ୍ଟନାୟକ ଏବଂ ଭି ଏସ ବିଦ୍ୟାଳୟ ସୁନାବେଡାର ପ୍ରାଧ୍ୟାପକ ଡ଼ଃ ଜି ବିନୋଦ କୁମାର କର୍ମଶାଳା ପରିଚାଳନା କରିଥିଲେ । ଶିଶୁମାନଙ୍କ ଆଦ୍ୟ ଶୈଶବ ଶିକ୍ଷା, ମାତୃଭାଷା ଶିକ୍ଷାର ଗୁରୁତ୍ୱ, ଜାତୀୟ ଶିକ୍ଷା ନୀତିରେ ୫+୩+୩+୪ ଶ୍ରେଣୀ ବିଭାଜନ, ଛାତ୍ରଛାତ୍ରୀଙ୍କ ଦକ୍ଷତା, ସୃଜନଶୀଳତା, ଧନ୍ଦାମୂଳକ ଶିକ୍ଷା, ଗଳ୍ପକଥନ, ବସ୍ତାନୀ ବିହୀନ ଶିକ୍ଷା, ସ୍ଥାନୀୟ ସ୍ମାରକୀ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ଏବଂ ପ୍ରାଚୀନ ଭାରତରେ ଚାଣକ୍ୟ, ଚରକ ପାଣିନୀ, ଆର୍ଯ୍ୟଭଟ୍ଟଙ୍କ ଶିକ୍ଷା ବିଶ୍ୱ ଜ୍ଞାନ କ୍ଷେତ୍ରକୁ ଅମୂଲ୍ୟ ଅବଦାନ ବିଷୟରେ ଆଲୋଚନା କରିଥିଲେ ।
ଏହି କର୍ମଶାଳାରେ ଆୟୋଜକ ଗାନ୍ଧି ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ବିଦ୍ୟା ନିକେତନ ସ୍କୁଲ, ଗୁଣପୁର, ରାମକୃଷ୍ଣ ମିଶନ ସ୍କୁଲ, ହାଟ ମୁନିଗୁଡା, ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ରାୟଗଡା, ଗ୍ରୀନ ଭ୍ୟାଲି ପବ୍ଲିକ ସ୍କୁଲ ରାୟଗଡା, ଏକଲବ୍ୟ ମଡେଲ ସ୍କୁଲ ସେମିଳିଗୁଡା ରୁ ସର୍ବମୋଟ ୬୫ଜଣ ଶିକ୍ଷକ ଓ  ଶିକ୍ଷୟିତ୍ରୀ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ସଠିକ ଉତ୍ତର ଦେବା ପ୍ରଣାଳୀ, ପକଳ୍ପ ପ୍ରସ୍ତୁତି, ଅଭିଭାକଙ୍କ ଦାୟିତ୍ୱବୋଧ ଇତ୍ୟାଦି ଉପରେ ବିସ୍ତୃତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସର୍ବଶେଷରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କର୍ମଶାଳାର ସଫଳ ପ୍ରତିପାଦନ ଉପରେ ପ୍ରତିଶୃତିବଦ୍ଧତ୍ତା ଜ୍ଞାପନ କରିଥିଲେ। କର୍ମଶାଳାର ପରିଚାଳକମାନେ, ଗାନ୍ଧି ପବ୍ଲିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଉଛୁକତା ପାଇଁ ସେମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ପାଠୀ କହିଥିଲେ ପ୍ରଶିକ୍ଷଣ ଦ୍ୱାରା ଶିକ୍ଷା ଦାନ ମାର୍ଜିତ ତଥା ଜ୍ଞାନ ଗର୍ଭକ ହୋଇଥାଏ ଏବଂ ଶିକ୍ଷା କ୍ଷେତ୍ରରେ ଯେଉଁ ଯୁଗାନ୍ତକାରୀ ପରିବର୍ତ୍ତନର ଆବଶ୍ୟକତା ଅନୁଭୂତ ହେଉଛି ସେଥିପାଇଁ ନିୟମିତ ବ୍ୟବଧାନରେ ଶିକ୍ଷକମାନଙ୍କ ଏଭଳି ପ୍ରଶିକ୍ଷଣ ନିତାନ୍ତ ଆବଶ୍ୟକ ।  ଜିଆଇଇଟି ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା କହିଥିଲେ ଶିକ୍ଷା ଜୀବନରେ ଅନ୍ଧକାର ଦୂରକରି ମଣିଷକୁ ଜ୍ଞାନର ଆଲୋକ ପଥରେ ପରିଚାଳିତ କରିଥାଏ । ଏହି କାର୍ଯ୍ୟକ୍ରମକୁ ଉପସ୍ଥାପକ ଶିଶିର ନାୟକ ଓ  ସଂଯୋଜକ ରମାକାନ୍ତ ବିଶ୍ୱାଳ  ପରିଚାଳନା କରିଥିଲେ । ଜିଆଇଇଟି ବିଶ୍ୱ ବିଦ୍ୟାଳୟର ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା ଏବଂ ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଏହି ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବାର୍ତ୍ତା ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ ।
Previous Post Next Post

ADS