ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା କୁଳିଗାଁ ଠାରେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟ ପ୍ରହରୀ ନାମଯଜ୍ଞ ହର୍ଷ ଉଲ୍ଲାସ ର ସହ ପାଳିତ ହୋଇ ଯାଇଛି । ପ୍ରଥମେ 9 ତାରିଖ ଦିନ ଗାଁର ଶହଶହ ମହିଳା ଓ ପୁରୁଷ ଘଣ୍ଟ ବାଦ୍ୟ ସଂକୀର୍ତ୍ତନ ସହ ବିରାଟ ଶୋଭାଯାତ୍ରା ରେ ବାହାରି ଇନ୍ଦ୍ର ନଦୀରୁ କଳସ ଯାତ୍ରା ରେ କଳସ ଆଣି ମଣ୍ଡପ ରେ ସ୍ଥାପନ କରିଥିଲେ । ପରେ 10 ତାରିଖ ସକାଳ ରୁ ବଲାଙ୍ଗୀର କଳାହାଣ୍ଡି ତଥା ଆଖପାଖ ଅଞ୍ଚଳର ବଛା ବଛା ପୁରୁଷ ସଂକୀର୍ତ୍ତନ ଦଳ ମାନଙ୍କ ଦ୍ୱାରା ଭଗବାନ ଙ୍କ ହରେକୃଷ୍ଣ ହରେରାମ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ ଦଳ ମାନଙ୍କ ଚିତାକର୍ଷକ ଗୀତବାଦ୍ୟ ଓ ନୃତ୍ୟ ରେ ହଜାର ହଜାର ଦର୍ଶକ ଦିନରାତି ଝୁମି ଉଠି ଭଗବାନ ନାମରସ ପାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରେଚା ରାଉତ ଓ କୁନ୍ତଳା ରାଉତ କର୍ତାଭାବରେ କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଭାବରେ ମୃତ୍ୟୁଞ୍ଜୟ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ । ହଜାର ହଜାର ଦର୍ଶକ ଙ୍କୁ ଶାନ୍ତିଶୃଙ୍ଖଳା ର ସହ ବାନ୍ଧି ରଖିବା ରେ ଗାଁର ଯୁବପିଢି ଲାଗିପଡିଥିଲେ । ଆୟୋଜକ ଙ୍କ ମଧ୍ୟରେ ତ୍ରିଲୋଚନ ଶବର ,ରଥ ଗୌଡ଼ ,ସୟାତନ ଶବର , ଭୀଷ୍ମ ପୁଝାରୀ ,ବିଦୁର କୁମାର ଶବର , ଅକ୍ରୁର ଶବର , କବିଚନ୍ଦ୍ର ଶବର ,ତୀର୍ଥ ଶବର ,ସାରଙ୍ଗ ପଣ୍ଡା , ଯୁଗଳ ଶବର , ସୁନାଧାର ରାଉତ , ଭିବେ ଗୌଡ଼ ,ଉପେନ୍ଦ୍ର ଶବର, ବଳଭଦ୍ର ଶବର, ଭୁବନ ଗୌଡ଼,ମାୟା ଗୌଡ଼,ପ୍ରମୁଖ ଗ୍ରାମର ସମସ୍ତ ସହଯୋଗ କରିଥିଲେ । ଏହି ଗାଁର ଆୟୋଜନ କୁ ଦେଖଣା ହାରି ଭୁରିଭୁରି ପ୍ରଶଂସା କରିଥିଲେ|
ସେହିପରି ଶେଷରେ ନଗର ପରିକ୍ରମା କରିଥିଲେ |