Ads

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ମଗର ଠାରେ ଆଜି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ତରଫରୁ ୱାର୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇଥିବାବେଳେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଥିଲେ । ଏହି ଜନସମୁଦ୍ର ଦେଖି ବିରୋଧୀ  ଏବେ ଛାନୀଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ  ଏବଂ ରାଜ୍ୟରେ ଜନହିତ କାର୍ଯ୍ୟ ରେ  ବିଜେଡି ଯେଉଁସବୁ ଐତିହାସିକ ପଦକ୍ଷେପ ନେଉଛି ତାହା କେମିତି ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇ ଫେସବୁକ, ଇନଷ୍ଟାଗ୍ରାମ , ଟୁଇଟର ମାଧ୍ୟମରେ ପ୍ରଚାର ପ୍ରସାର କରିବାପାଇଁ ବିଧାୟିକା ନିଜ ମନ୍ତବ୍ୟରେ କହିଥିଲେ ।
କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ବିଜେଡି କର୍ମୀ ମାନେ ପ୍ରତିଜ୍ଞା ନେଇଥିଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ବିଯୁଜନତା ଦଳକୁ ଆହୁରି ସୁଦୃଢ କରିବା ସହ ପୁଣି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଧାୟିକା ଲତିକା ପ୍ରଧାନଙ୍କୁ ଟିକେଟ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମଧ୍ୟ କରିଛନ୍ତି ।
ଏହି ୱାର୍ଡ କର୍ମୀ ସମିଳନୀ ଦେଖି ବିରୋଧୀ ଏବେ ଛାନୀଆ ତା ସହିତ କିଛି କୁଜିନେତା ବିଜେଡିରେ ରହି ନାନା ପ୍ରକାରର ଅପ୍ରୀତି କର ପରିସ୍ଥିତି ସୃଷ୍ଟି କରୁଥିବାରୁ ତାଙ୍କୁ ଉଚିତ ଜବାବ ଦିଆଯିବ ବୋଲି ବିଜେଡି କର୍ମୀମାନେ ନିଜ ମନ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଛାତ୍ରସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା. ବେଗୁନିଆପଡା ବ୍ଲକ ଚେୟାରମ୍ୟାନ ରେଣୁ ଗୌଡ଼ କୋଦଳା ଏନ. ଏ. ସି ର ସମସ୍ତ କାଉଁଷିଲର ଙ୍କ ସମେତ ଅଞ୍ଚଳର ସମସ୍ତ ସରପଞ୍ଚ ସମିତି ସଭ୍ୟ ମଧ୍ୟ ଯୋଗ ଦେଇଥିଲେ ।
Previous Post Next Post

ADS