ବୌଦ୍ଧ: ବୌଦ୍ଧ ସହର ସ୍ଥିତ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ସେଣ୍ଟିନାରୀ ହଲ୍ ଠାରେ ନ୍ୟୁ ଓଡିଶା ପକ୍ଷରୁ ବୌଦ୍ଧ ସ୍ୱାଭିମାନ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ନ୍ୟୁ ଓଡିଶାର ମୁଖ୍ୟ ରଞ୍ଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ ଇଂ ସଂଜୟ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର ଓ ରଘୁନାଥ ଷଡ଼ଙ୍ଗୀ ଯୋଗଦେଇଥିଲେ । ଏ ଅବସରରେ "ଆଜିର ସମାଜରେ ଆତ୍ମ ନିର୍ଭରଶୀଳତା କେତେ ଜରୁରୀ" ପ୍ରସଙ୍ଗରେ ଆୟୋଜିତ ଆଲୋଚନା ଚକ୍ରରେ ଆଲୋଚକ ଭାବରେ ଶ୍ରୀ ଷଢଙ୍ଗୀ ମତବ୍ୟକ୍ତ କରି କହିଥିଲେ କି ଅତ୍ମନିର୍ଭରଶୀଳ ପାଇଁ ଜୀବନରେ ୫ ଟି ସୂତ୍ର ନିହାତି ଆବଶ୍ୟକ ବୋଲି କହିଥିବା ବେଳେ ଶ୍ରୀ ମିଶ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୋଟ ବ୍ୟାଙ୍କ ପଲିସି ଯୋଗୁଁ ଆଜି ଦେଶରେ ବେରୋଜଗାର ବୃଦ୍ଧି ପାଉଛି ଯେଉଁଥି ପାଇଁ ଲୋକ କର୍ମକୁଢିଆ ହେଉଥିବା ମତବ୍ୟକ୍ତ କରିଛନ୍ତି । ସେହିପରି ଇଂ ଶ୍ରୀ ପଣ୍ଡା କହିଥିଲେ କି ଚାଷୀ ଓ ଚାଷକୁ ପ୍ରାଧାନ୍ୟ ଦେଇ ସେଥିରେ ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରିବା ଆବଶ୍ୟକବୋଲି ବିସ୍ତାର ଭାବରେ ନିଜ ମତକ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେବାଶିଷ ପୁରୋହିତ ପରିଚାଳନା କରିଥିବା ବେଳେ ଦୁର୍ଯ୍ୟଧନ ବିଶି ଧନ୍ୟବାଦ ଦେବା ସହ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିବା ଅଙ୍କିତା ପ୍ରିୟଦର୍ଶିନୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯିବା ସହ ଜାତୀୟ ତାଇକଣ୍ଡୋ ଚାମ୍ପିଆନଶିପରେ ସ୍ବର୍ଣ୍ଣପଦକ ଲାଭ କରିଥିବା ପ୍ରତିଯୋଗୀ ସୁନୟନା ମେହେର,ସୁଲଗ୍ନା ମିଶ୍ର,ମନିଷା ସାହୁ,ସାଧନାରାଣୀ ଜେନା, ଚନ୍ଦ୍ରପୂଜିତା ମିଶ୍ର,ଅନ୍ବେଷା ସାହୁ, ଅସ୍ବିତ କୁମାର ସାହୁ,ଶୁଭାଶୀଷ ମହିଶାଲ୍,ସ୍ବାଗତ ମିର୍ଦ୍ଧା ଓ ଜିଲାର ଜଣେ ସଫଳଚାଷୀ ଜନାର୍ଦ୍ଦନ ସାହୁଙ୍କୁ ମଧ୍ୟ ବୌଦ୍ଧ ସ୍ୱାଭିମାନ ସମ୍ମାନରେ ସମ୍ମାନୀତ କରାଯାଇଥିଲା l ଶେଷରେ ସାମ୍ବାଦିକ ଦୁର୍ଯ୍ୟୋଧନ ବିଶୀ ଧନ୍ୟବାଦ ଅର୍ପଣ କରିଥିଲେ କରାଯାଇଥିଲା । ଏଥିରେ ଅନେକ ବୁଦ୍ଧିଜୀବି ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ଚାକିରି ପଛରେ ଦୌଡିବା ଅପେକ୍ଷା ଆତ୍ମନୀର୍ଭରଶୀଳ ହେବାକୁ ଚେଷ୍ଟା କରିବା ଉଚିତ୍: ଅତିଥିଙ୍କ ମତ
newodishatv.co.in
Tags
Odisha Latest News