Ads

ଭୁବନେଶ୍ୱର(ରାମ ଶଙ୍କର): କେନ୍ଦ୍ର ମନ୍ତ୍ରୀମଣ୍ଡଳ ସ୍ତରରେ ଅଦଳବଦଳ ଚର୍ଚ୍ଚା ପରେ ଓଡିଶାରୁ ଦୁଇ ଜଣ କେନ୍ଦ୍ରରେ ମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଲୋଚନା ଜୋର ଧରିଛି। ଗତ କିଛି ଦିନ ଧରି କେନ୍ଦ୍ର ବିଜେପି ସ୍ତରରେ ତୁହାକୁତୁହା ବୈଠକ ପରେ ଏପିରି ଚର୍ଚ୍ଚା ଲାଗି ରହିଛି। ସଂଗଠନିକ କ୍ଷେତ୍ରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ମିଳିପାରେ। ଏହାହେଲେ ତାଙ୍କ ସ୍ଥାନରେ ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀ ସ୍ଥାନ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶା ବିଜେପିକୁ ୬ଜଣ ସାଂସଦ ଦେଇଥିଲା। ହେଲେ ଜଣେ ସୁଦ୍ଧା ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ନଥିଲେ। ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ଦେଖା ଦେଇଥିଲା। ଏବେ କେନ୍ଦ୍ର ଅଦଳବଦଳରେ କେହି ଜଣେ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜ୍ଞତା ଦୃଷ୍ଟିରୁ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ନା'କୁ ନେଇ ବେଶି ଚର୍ଚ୍ଚା ହେଉଛି। ସେ ପୂର୍ବରୁ ପ୍ରଦେଶ ଅଧ୍ୟକ୍ଷ ସହ ବାଜପାୟୀ ସରକାରରେ ଆଦିବାଦୀ ମନ୍ତ୍ରୀ ହୋଇ ସାରିଛନ୍ତି। ସେ ପୁଣିଥରେ ଇଂ ବିଶେଶ୍ୱର ଟୁଡୁଙ୍କ ବଦଳରେ ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟତମ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସୁରେଶ ପୂଜାରୀ ଏବଂ ବସନ୍ତ ପଣ୍ଡାଙ୍କ ନା'କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ଅପରାଜିତା ମହିଳା ଏବଂ ଜୁଏଲ ଆଦିବାସୀ ସହ ପଶ୍ଚିମଓଡ଼ିଶାର ହୋଇଥିବା କାରଣରୁ ଚର୍ଚ୍ଚାର ଆଗରେ ରହିଛନ୍ତି। 
ହେଲେ ମୋଦି ସରକାରର ନିଷ୍ପତ୍ତି ସବୁବେଳେ ଦୂରଦୃଷ୍ଟି ସମ୍ପନ୍ନ ଅପ୍ରତ୍ୟାଶିତ ଏବଂ ଚକିତ କଲାଭଳି ରହିଆସିଛି। ଆଦୌ ଚର୍ଚ୍ଚାରେ ନଥିବା ଲୋକେ ମଧ୍ୟ ଅନେକ ଉଚ୍ଚ ପଦ ପଦବୀକୁ ଯାଇଛନ୍ତି। ବିଜେପି ସବୁବେଳେ ବ୍ୟକ୍ତି ଉପଯୋଗ ଉପରେ ଗୁରୁତ୍ୱ ଦେଇଥାଏ। ସେଦୃଷ୍ଟିରୁ ମନ୍ତ୍ରୀ ଟୁଡୁ ଥିବା ସତ୍ତ୍ୱେ ଜୁଏଲ ଏବଂ ଅପରାଜିତା ଉଭୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଉଛନ୍ତି। ନା' ଜୁଏଲ, ଅପରାଜିତା, ସୁରେଶ କି ବସନ୍ତଙ୍କ ମଧ୍ୟରୁ ଜଣେ କେହି ସ୍ଥାନ ପାଇଛନ୍ତି। ନା' ଆଦୌ ଚର୍ଚ୍ଚାରେ ନ'ଥିବା କିଏ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଉଛି ଦେଖିବାକୁ ରହିଲା।
Previous Post Next Post

ADS