Ads

ଫୁଲବାଣୀ(ବୈଦ୍ୟନାଥ ନାଏକ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଆଜି ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ୩ ଦଫା ଦାବୀ ପୂରଣ ନିମନ୍ତେ ଜିଲ୍ଲା ର ୧୨ ଗୋଟି ବ୍ଲକ ର ଶିକ୍ଷକ ଶିକ୍ଷୟିତ୍ରୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ସଭାପତି କିଶ୍ବର ଚନ୍ଦ୍ର କଁହର ଙ୍କର ନେତୃତ୍ୱରେ ଫୁଲବାଣୀ ସଦର ମହକୁମା ସ୍ଥିତ ସ୍ଥାନୀୟ ମାଦିକୁନ୍ଦା ଛକ ନିକଟରୁ ଏକ ରାଲି ଶୋଭାଯାତ୍ରାରେ ବାହାରି ଦାବୀ ପୂରଣ ନିମନ୍ତେ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଜିଲ୍ଲାପାଳ କର୍ଯ୍ୟଳୟ ରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ୧ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଛେଦ କରିଥିବା ରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇଂକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ୟତା ଦିଆଯାଉ। ୨ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ(ମୂଳ ବେତନ ଲେଭେଲ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ ।୩ ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ। ଏହି ୩ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କୁ ଶିକ୍ଷକ ମାନେ ଦାବିପତ୍ର ପ୍ରଦାନ କରିଥିଲେ। ତାପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ କନ୍ଧମାଳ ପକ୍ଷରୁ ଗତ ୨୦୨୨ ନଭେମ୍ବର ମାସ  ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ନିମ୍ନ ଲିଖିତ ଦାବୀ ନିମନ୍ତେ ଆନ୍ଦୋଳନ କରିଥିଲେ। ତତ୍କାଳୀନ ମାନନୀୟ ମୁଖ୍ୟ ସଚିବ ଙ୍କ ପତ୍ର ସଂଖ୍ୟା ୧୦୯ ସି ଏସ ତା ୩୦/୧୧/୨୦୨୨ ରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବୀ ଗୁଡିକ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଖଃ ପରିତାପର ବିଷୟ ଆଜକୁ ୮ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଶିକ୍ଷକ ମାନଙ୍କର ଉଲ୍ଲେଖିତ ଦାବୀ ଗୁଡ଼ିକ ଏବେ ସୁଧା ପୂରଣ କରାଯାଇ ନାହିଁ। ଦାବୀ ସମୁହ କୁ ବିଚାର କୁ ନେଇ ପୂରଣ କରିବା କୁ ସରକାର ଙ୍କୁ ଅନୁରୋଧ କରୁଛୁ ନଚେତ ଆଗାମୀ ଅଗଷ୍ଟ ମାସ ୧୬ ତାରିଖ ଠାରୁ ଓଡ଼ିଶାର ସମସ୍ତ ବର୍ଗର ଶିକ୍ଷକ ମାନେ ସମୁହ ଛୁଟିରେ ରହି ସମସ୍ତ ସ୍କୁଲରେ ତାଲା ବନ୍ଦ କରି ଆନ୍ଦୋଳନ ରେ ସାମିଲ ହେବେ ବୋଲି ସରକାର ଙ୍କୁ କଡା ଚେତାବନୀ ଦେଇଛନ୍ତି। ଏହି ରାଲି ଶୋଭାଯାତ୍ରାରେ ଶିକ୍ଷକ ସଂଘ ର ଉପସଭାପତି ସନ୍ତୋଷ କୁମାର ଦିଗାଲ, ମିନାକ୍ଷୀ ତ୍ରିପାଠୀ, ସାଧାରଣ ସମ୍ପାଦକ ସମରେନ୍ଦ୍ର ଦାସ,ସଙ୍ଗଠନ ସମ୍ପାଦକ ବିଦେଶୀ ନାୟକ, କୋଷାଧ୍ୟକ୍ଷ ରାମଚନ୍ଦ୍ର ପାଢ଼ୀ ଯୋଗ ଦେଇଥିବା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ ବିଦ୍ୟାଳୟ ର ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି ରାଲି ଶୋଭାଯାତ୍ରାରେ ଯୋଗ ଦେଇଥିବା ଦେଖିବା କୁ ମିଳିଥିଲା।
Previous Post Next Post

ADS