ବୌଦ୍ଧ: ଓଡ଼ିଶା ତାଏକୋଣ୍ଡୋ ଆସୋସିଏସନ୍ ଦ୍ଵାରା ଆୟୋଜିତ ପୁରୀ ସ୍ଥିତ ରେଲୱେ ଇଣ୍ଡୋର ହଲ୍ ଠାରେ ଅକ୍ଟୋବର ୧୩ରୁ ୧୫ ପର୍ଯ୍ୟନ୍ତ ତୃତୀୟ ଜାତୀୟ କ୍ୟୁରୋଗି ରେଫରୀ ପ୍ରଶିକ୍ଷଣ ରେ ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ୍ ତରଫରୁ କୋଚ୍ ଅଞ୍ଜିତ୍ କୁମାର ସାହୁ ଙ୍କ ନେତୃତ୍ୱ ରେ ଅମନ୍ ସାହୁ , ଜଗନ୍ମୟ ସାହୁ, ତନ୍ମୟ ବର୍ଦ୍ଧନ ସାହୁ, ତନ୍ମୟ କର୍ମୀ, ରାଜେଶ ମେହେର,ଶ୍ରୀରାମ ସେଠୀ, ଶୃତି ଚିନ୍ମୟୀ ପ୍ରଧାନ,ସୁଲଗ୍ନା ମିଶ୍ର,ସୁନୟନା ମେହେର, ମନିଷା ସାହୁ ପ୍ରମୁଖ ପ୍ରଶିକ୍ଷଣ ନେବା ପାଇଁ ଯୋଗଦାନ କରିଛନ୍ତି।ତତ୍ତ୍ୱାବଧାରକ ଭାବେ କଲ୍ୟାଣୀ ପ୍ରଧାନ ଓ ବିଜୟ କୁମାର ସାହୁ ଖେଳାଳୀ ମାନଙ୍କୁ ନେଇ ପୁରୀ ପହଂଚିଛନ୍ତି। ପ୍ରକାଶ ଥାଉକି ଏହି ପ୍ରଶିକ୍ଷଣ ରେ ଓଡ଼ିଶା,ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ରୁ ୧୫୩ ଜଣ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।କର୍ଣ୍ଣାଟକ ର ଆନ୍ତର୍ଜାତୀୟ ରେଫରୀ ମାଷ୍ଟର ଥିରୁମଲ୍ ଓ ରାଜ୍ଯ ସମ୍ପାଦକ ମନମୋହନ ଭଞ୍ଜ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।
ଜାତୀୟ କ୍ୟୁରୋଗି ରେଫରୀ ପ୍ରଶିକ୍ଷଣରେ ବୌଦ୍ଧ ତାଇକୋଣ୍ଡୋ ଆସୋସିଏସନ୍ ର ଯୋଗଦାନ
newodishatv.co.in
Tags
Odisha Latest News