Ads

ବଲାଙ୍ଗୀର(ଦୁର୍ଯ୍ୟୋଧନ ବର୍ଗେ): ଆଜି ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଫଳସାମାଲ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଲୋଇସିଂହା ଶାଖା ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ମହୋଦୟଙ୍କୁ ଗାଁରେ ସାଂସ୍କୃତିକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ସଭା ସ୍ଥଳକୁ ପାଛୋଟି ନେଇଥିଲେ । ବ୍ଲକ ସଭାପତି ଦଶରଥ ଛତ୍ରୀଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ,ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ,ପାଟଣାଗଡ଼ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର, ପାଟଣାଗଡ଼ ବ୍ଲକ ସମ୍ପାଦକ ସାରଥୀ ବାଗ,ବଲାଙ୍ଗୀର ବ୍ଲକ ସଭାପତି ପାଳେଶ୍ୱର ଭୋଇ,ବଲାଙ୍ଗୀର ମୁନ୍ସୀପାଲଟି ସଭାପତି ରାମଚନ୍ଦ୍ର ମୁର୍ମୁ,ଅଗଲପୁର ବ୍ଲକ କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ,ମୁରଲୀ ଭୁଏ, ସ୍ୱତନ୍ତ୍ର କନ୍ଦା ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ମୁଖ୍ୟ ଅତିଥି ଶ୍ରୀ ବିଶି ମହୋଦୟ ଆଦିବାସୀ ମାନଙ୍କ ସାମ୍ବିଧାନିକ ଅଧିକାର, ମୌଳିକ ଅଧିକାର,ଆଦିବାସୀ ମାନଙ୍କ ପାଇଁ ପ୍ରଣୟନ କରିଥିବା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ,ଆଦିବାସୀ ଦେବଦେବୀ ପୀଠ ସୁରକ୍ଷା ସଂରଣକ୍ଷ ,ଭାଷା କଳା ସଂସ୍କୃତି ର ପୁନର୍ଜିବିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସଭାରେ ହଜାର ସଂଖ୍ୟାରେ ଆଦିବାସୀ ଭାଇ ଭଉଣୀ ଯୋଗଦେଇଥିଲେ । ବଲାଙ୍ଗୀର ବ୍ଲକ ସଭାପତି ଶ୍ରୀ ପାଳେଶ୍ୱର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
Previous Post Next Post

ADS