Ads

ବୌଦ୍ଧ:ଆଜି ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳିରୁ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ବୌଦ୍ଧ ନିର୍ବାଚନ ମଣ୍ଡଳିରୁ ବିଜେଡି ବିଧାୟକ ପ୍ରାର୍ଥୀଭାବରେ ପ୍ରଦୀପ କୁମାର ଅମାତ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ଭାବରେ ମହିଧର ରଣା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ଶ୍ରୀରାମ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉଭୟ ନିର୍ବାଚନ ମଣ୍ଡଳିର ଦାୟିତ୍ବରେ ଥିବା ରିଟନିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଶ୍ରୀ ଅମାତ ଷଷ୍ଠଥର ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ମୈଦାନକୁ ଆସୁଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳିରୁ ତୃତୀୟ ଥର ବିଜେଡି ଦଳରୁ ବିଧାୟକ ପ୍ରାର୍ଥୀ ଭାବରେ ଶ୍ରୀରଣା ପ୍ରାର୍ଥିପତ୍ର ଦାଖଲ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଚଳିତ ୨୦୨୪ ସାଧାରଣ ନିର୍ବାଚନ ବୌଦ୍ଧରେ ତ୍ରିମୁଖି ଲଢେଇ ହେବାର ସମ୍ଭାବନା ରହିଥିବା ବେଳେ କଣ୍ଟମାଳରେ ବିଜେଡି ଓ ବିଜେପି ମଧ୍ୟରେ କଡାମୁକାବିଲା ହେବ ବୋଲି  କୁହାଯାଉଛି ।
Previous Post Next Post

ADS