Ads

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଯୁବ ରେଡ୍ କ୍ରସ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ସ୍ୱେଚ୍ଛାସେବୀ ମାନଙ୍କ ପାଇଁ  ଯୁବ ରେଡ୍ କ୍ରସ କାର୍ଯ୍ୟଧାରା ସମ୍ବନ୍ଧରେ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l 
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ  ମହାବିଦ୍ୟାଳୟ ର ଅଧକ୍ଷ ନିରଞ୍ଜନ ମିଶ୍ର ଯୋଗଦାନ କରି ସ୍ଵେଚ୍ଛାକୃତ ସେବାର  ମହନୀୟତା ଉପରେ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ  ସ୍ଵେଚ୍ଛା ସେବୀ ହୋଇ  ସମାଜରେ ଥିବା ଦୁଃଖୀ ପୀଡ଼ିତ ମାନଙ୍କ ସେବା କରିବା ପାଇଁ ଉତ୍ସାହିତ କରିଥିଲେ l ପ୍ରାରମ୍ଭ ରେ ବୌଦ୍ଧ ଜିଲ୍ଲା ଯୁବ ରେଡ୍ କ୍ରସ ସଂପାଦକ  ତଥା ପରାମର୍ଶ ଦାତା  ଓଡ଼ିଆ ଅଧ୍ୟାପକ ତ୍ରିନାଥ ରଣା ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ  ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟବକ୍ତା ତଥା ତାଲିମ ଦାତା ଭାବେ ରେଡ୍ କ୍ରସ ରେ ରାଜ୍ୟପାଳ  ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ଼ ପ୍ରବୀର୍ କୁମାର ଦାସ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ରେଡ୍ କ୍ରସ ର  ଇତିହାସ, ଲକ୍ଷ୍ୟ, ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିବା ସହ ସ୍ୱେଛାସେବୀ ମାନଙ୍କ କର୍ତ୍ତବ୍ୟ ଉପରେ ସବିଶେଷ ଶିକ୍ଷା ପ୍ରଦାନ କରିଥିଲେ l ଏହି ଅବସରରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଦେବେନ୍ଦ୍ର ଗୁରୁ ଏବଂ ଯୁବରେଡ୍ କ୍ରସ୍ ର ପରାମର୍ଶ ଦାତା ଉତ୍ତମ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ହୋଇ  ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର ୧୪୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରି ଯୁବ ରେଡକ୍ରସ ର  ତାଲିମ୍ ନେଇ ଶେଷରେ ସ୍ବାସ୍ଥ୍ୟ ସୁରକ୍ଷା ସହ ସମାଜରେ ଦୁଃଖୀ ପୀଡ଼ିତ ମାନଙ୍କର ସେବା କରିବା ପାଇଁ ଶପଥ ନେଇଥିଲେ l ଯୁବ ରେଡକ୍ରସ ର ମହିଳା ପରାମର୍ଶ ଦାତା ପ୍ରାଣୀ ବିଜ୍ଞାନ ର ଅଧ୍ୟାପିକା ସ୍ୱେତା ସୁମନ୍ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର କର୍ମଚାରୀ ନରେଶ ବେହେରାଙ୍କ ସମେତ କର୍ମଚାରୀ ମାନେ ଆୟୋଜନରେ ସହଯୋଗ କରିଥିଲେ l
Previous Post Next Post

ADS