ଶସ୍ତା ରେ ଲାପଟପ୍ https://m.indiamart.com/proddetail/27457579862.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=10
ବୌଦ୍ଧ: ବୌଦ୍ଧ ତହସିଲ ବାଉଁଶୁଣୀ ଥାନା ଅନ୍ତର୍ଗତ ସିଙ୍ଗାରୀ ଗ୍ରାମର ରମେଶ ମାଝୀଙ୍କ ଧାନ ଗଦାରେ ନିଆଁ ଲାଗି ପ୍ରାୟ ୩ ଏକର ଧାନ ପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି I ମିଳିଥିବା ସୂଚନା ଅନୁସାରେ, ଉକ୍ତ ଗ୍ରାମର ଚାଷୀ ରମେଶ ମାଝୀ ନିଜ ଖଳାରେ ରଖିଥିବା ଧାନକୁ ପ୍ରାଚୀ ମେସିନ ସାହାଯ୍ୟରେ ଧାନ ମଦଉ ଥିବା ବେଳେ ବ୍ୟବହୃତ ଟ୍ରାକ୍ଟର ରେ ହଠାତ୍ ନିଆଁ ଲାଗିଯାଇଥିଲା I ନିଆଁ ଲାଗିବା ଦେଖି ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା I ଖବର ପାଇ ଦମକଳ ବାହିନୀ ଘଟଣସ୍ଥଳରେ ପାହଞ୍ଚିଲା ବେଳକୁ ଟ୍ରାକ୍ଟର ସମେତ ଗଚ୍ଛିତ ଥିବା ପ୍ରାୟ ୩ଏକର ଧାନ ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି I ଅନ୍ୟପଟେ ଖବର ପାଇ ବାଉଁଶୁଣି ଆର.ଆଇ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ବେଳେ ଯଥାଶୀଘ୍ର ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି I