Ads

ବାଲେଶ୍ବର: ଘରୋଇ କଳହରୁ ମାର୍ଗଶିର ମାସ ମାଣବସା ଗୁରୁବାରରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବାର ଭୋଗରାଇ ଥାନାରେ ଅଭିଯୋଗ ହୋଇଛି ।  ଅଭିଯୋଗ ଅନୁଯାୟୀ , ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ମହିଳା ହେଲେ ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ରାମକୃଷ୍ଣ ମାହାନାଙ୍କ ସ୍ତ୍ରୀ ସସ୍ମିତା। ଅଭିଯୋଗକାରୀ ସସ୍ମିତାଙ୍କ ମା'ସବିତା ବେହେରାଙ୍କ କହିବାନୁଯାୟୀ , ବିବାହ ପରଠାରୁ ସ୍ବାମୀ ଶ୍ବଶୁର ତାଙ୍କ ଝିଅକୁ ଶାରୀରିକ ଓ ମାନସିକ ଭାବେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଗ୍ରାମରେ ବାରମ୍ବାର ଏଥ‌ିପାଇଁ ବୈଠକ ବସି ସମାଧାନ ହୋଇପାରୁ ନ ଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ ।
Previous Post Next Post

ADS