Ads

ମନମୁଣ୍ଡା: ଶୁୁକ୍ରବାର ରାତି ୧୧ଟା ସମୟରେ କଣ୍ଟାମାଳ ବ୍ଲକ ସମ୍ବାଦ ପ୍ରତିନିଧି ସୁଶିଳ ମିଶ୍ରଙ୍କ ଗୁଡଭେଲିପଦର ସ୍ଥିତ ବାସଭବନରେ ପିତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ହାଡିବନ୍ଧୁ ମିଶ୍ରଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି ! ସ୍ବର୍ଗତ ମିଶ୍ର ୧୯୪୫ରେ ଜନ୍ମ ଗ୍ରହଣ କରି ଅବିଭକ୍ତ ଫୁଲବାଣୀ ଜିଲ୍ଲାର ଟିକାବାଲି, କୋଟଗଡ, ବରଗାଁ, ଶ୍ରୀମାଳ, ଶୁଣ୍ଢିପଦର, ବିଳାସପୁର, ଲୋକାପଡା, ବ୍ରାହ୍ମଣୀ ଆଦି ଗ୍ରାମର ସ୍କୁଲ ଗୁଡିକରେ ଶିକ୍ଷକତା କରି ୨୦୦୩ରେ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ ! ଅବସର ପରେ ବିଭିନ୍ନ ସଂଗଠନ ସହିତ ଜଡିତ ହୋଇ ସମାଜସେବା ଦିଗରେ କାର୍ଯ୍ୟ କରିଥିଲେ ! ତାଙ୍କ ମ୍ରୁତ୍ୟୁଶଯ୍ୟାରେ ୪ ପୁଅ ସୁଦାମ, ସୁଶାନ୍ତ, ସୁଶିଳ ସୁମନ୍ତ, ୪ ବୋହୁ କଲ୍ୟାଣୀ, ପୁଷ୍ପାଞ୍ଜଳୀ, ବର୍ଷା, ଝରଣା, ୨ ଝିଅ ସବିତା,ସଞ୍ଜୁକ୍ତା, ୨ ଜ୍ବାଇଁ ହରିହର, ଗଜେନ୍ଦ୍ର ଓ ୧୧ ନାତି ୩ ନାତୁଣୀ ଉପସ୍ଥିତ ଥିଲେ ! ସ୍ବର୍ଗତ ମିଶ୍ରଙ୍କ ଶବାଧାରରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ! ଗାଁ ଶ୍ମସାନରେ   ତାଙ୍କ ଶେଷକ୍ରୁତ୍ୟ ସମ୍ପନ୍ନ ହୋଇଥିଲା ! ବଡପୁଅ ସୁଦାମ ମୁଖାଗ୍ନି ଦେଇଥିଲେ I ତାଙ୍କ ବିୟୋଗରେ ମନମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I
Previous Post Next Post

ADS