Ads

 
ବୌଦ୍ଧ: କୃଷକଙ୍କ କଲ୍ଯାଣ ତଥା ଆର୍ଥିକ ବିକାଶ ନିମନ୍ତେ ଆଜି ବରଗଡ଼ ଜିଲ୍ଲାର ସୋହେଲା ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରିବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସଭାରେ ଅତିଥି ଭାବରେ ମାନ୍ୟବର ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଷି ପ୍ରତ୍ୟୁଷ ରଥ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ସିଏସଓ ମଞ୍ଚାସୀନ ଥିଲେ । ସୂଚନା ଥାଉକି, ଚଳିତ ନିର୍ବାଚନ ସମୟରେ ନୂଆ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ପ୍ରଥମ କ୍ଯାବିନେଟ ବୈଠକରେ ହିଁ ଧାନର ଏମ.ଏସ.ପି ୩୧୦୦ ଟଙ୍କାକୁ ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିବା ବେଳେ । ମୁଖ୍ୟମନ୍ତ୍ରୀ ଆଜି ସୋହେଲା ମାଟିରୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି I ଏହି କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ପକ୍ଷରୁ ଜିଲ୍ଲାର ମୃଷୁଣ୍ଢି ଖେଳପଡିଆ ଠାରେ ଏକ ସମାବେଶର ଆୟୋଜନ କରାଯାଇଥିଲା l ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ସହିତ ସମୁଦାୟ ୩୧୦୦ ଟଙ୍କା ପ୍ରଦାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭ ଉନ୍ମୋଚନ ର ସିଧାପ୍ରସାରଣ କରାଯାଇଥିଲା I ଅନ୍ୟ ପଟେ ଅନୁଷ୍ଟିତ ସଭାରେ ନିଜ ସରକାରଙ୍କ ବିକାଶର ଗାଥା ବାଖାନିଥିଲେ ବିଧାୟକ ଶ୍ରୀ ଡାଙ୍ଗ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଥ I ଏ କାର୍ଯ୍ୟକ୍ରମରେ ଅନେକ ଚାଷୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା I
Previous Post Next Post

ADS