Ads

ଟିଟିଲାଗଡ଼: ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନ୍ଦେ ଭାରତ ଏକ୍ସପ୍ରେସରୁ ଶୁକ୍ରବାର ଜଣେ କାର୍ଯ୍ୟରତ ଟିଟିଇଙ୍କ ମୃତଦେହ ଜବତ କରିଛି ଜିଆରପି। ଟିଟିଇ ଜଣକ ଛତିଶଗଡ଼ ଅଞ୍ଚଳର ତାଙ୍କ ନା ରାଜେନ୍ଦ୍ର କୁମାର ନିର୍ମଳ କର ବୋଲି ଜଣାପଡ଼ିଛି। ପ୍ରତ୍ୟେକ ଦିନ ଭଳି ସେ ଆଜି ମଧ୍ୟ ରାୟପୁରରୁ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରୀଙ୍କ ଟିକେଟ୍ ଚେକ୍ କରିବା ପାଇଁ ଚଢ଼ିଥିଲେ। ହେଲେ ଖରିଆର ରୋଡ୍‌ରେ ସେ ଅସୁସ୍ଥ ଅନୁଭବ କରିବାରୁ ଟ୍ରେନ୍‌ରେ ହଠାତ୍ ପଡ଼ିଯାଇଥିଲେ। ଟିଟିଲାଗଡ଼ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ରେ ଟିଟିଇଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ତାଙ୍କ ସହ କର୍ମଚାରୀ ଟିଟିଲାଗଡ଼ ଜିଆରପିକୁ ଖବର ଦେଇଥିଲେ। ଟିଟିଲାଗଡ଼ରେ ଜିଆରପି ତାଙ୍କ ମୃତଦେହ ଜବତ କରିଛି।
Previous Post Next Post

ADS