Ads

ଦେବଗଡ: ଦେବଗଡ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ବାରକୋଟ ଥାନା ଠାକୁରପାଲି ଗ୍ରାମର ସମୀର ମହାକୁଳ ( ୧୯ ) ଙ୍କୁ ଦେବଗଡ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ , ଠାକୁରପାଲି ଗ୍ରାମର ସମୀର ନାମକ ଜଣେ ଯୁବକ ଗତ ମାର୍ଚ୍ଚ ମାସରେ ଦେବଗଡ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମର ଜଣେ ଯୁବତୀ(୨୦) ସହ ବନ୍ଧୁତା ସ୍ଥାପନ କରିବା ପରେ ପ୍ରେମ ନିବେଦନ କରିଥିଲା। ଏଥ୍‌ସହ ଗତ ଏପ୍ରିଲ ମାସରରେ ଘରର ପରିବାର ଲୋକେ ଅନୁପସ୍ଥିତ ଥ‌ିବା ସମୟରେ ଯୁବତୀଙ୍କ ଘରେ ପଶି ଯୁବତୀଙ୍କ ଅନିଚ୍ଛା ସତ୍ତ୍ଵେ ବଳାତ୍କାର କରିଥିଲା । ଯୁବତୀ ଜଣକ ଭୟଭୀତ ହୋଇ କାନ୍ଦିବାରୁ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର କରି ଆସୁଥିଲା । ଏହି କ୍ରମରେ ଗତ ୨୮ ତାରିଖ ଦିନ ଉକ୍ତ ଯୁବତୀଙ୍କୁ ବଳାତ୍କାର କରୁଥିବାବେଳେ ତାଙ୍କ ମା ' ଓ ଗ୍ରାମବାସୀ ମାନେ ସମୀରକୁ କାବୁ କରିବା ସହ ଉଭୟଙ୍କ ମଧ୍ୟରେ ବିବାହ କରାଇବା ପାଇଁ ସମୀରର ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ଏଥିରେ ସମୀରର ପରିବାର ଲୋକେ ରାଜି ନ ହେବାରୁ ପୀଡିତା ଯୁବତୀ ଜଣକଗତ ୩ ତାରିଖ ରାତ୍ରୀରେ ଦେବଗଡ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି I
Previous Post Next Post

ADS