ସୁନ୍ଦରଗଡ଼: ବଣାଇ ବନଖଣ୍ଡ ସୋଲ ରେଞ୍ଚ ଅନ୍ତର୍ଗତ ଟୁକୁଡ଼ା ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ନା ରାଜେଶ ମୁଣ୍ଡା। ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ରଖିଛି। ବନ ବିଭାଗ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କୈଳାସ କିଷାନ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜେଶ ପ୍ରତ୍ୟୁଷରୁ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ। ହଠାତ୍ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡିଦେବା ପରେ ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।