Ads

ଭୁବନେଶ୍ବର: ଓଡିଶାରେ ବିଜେପି ଦଳର ଭବିଷ୍ୟତ ନେତୃତ୍ବ ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ଜନତା ପାର୍ଟି ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଖବର ଅନୁଯାୟୀ ଭାଜପା ଜାତୀୟ କୋର କମିଟି ସଦସ୍ୟମାନଙ୍କର ଏକ ବୈଠକ ଚାଲିଥିଲା । ଦଳର ସାଂଗଠନିକ ଶକ୍ତି ଏବଂ ଭବିଷ୍ୟତ ପାଇଁ କାର୍ଯ୍ୟ ପନ୍ଥାକୁ ଦୃଷ୍ଟିରେ ରଖ୍ ରାଜ୍ୟରେ ବିଜେପିକୁ କିଏ ପ୍ରଭାବଶାଳୀ ଭାବରେ ନେତୃତ୍ବ ନେବ ସେ ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି। ବୈଠକରେ ଯୋଗ ଦେଇଥ‌ିବା ପ୍ରମୁଖ ନେତାମାନଙ୍କ ମଧ୍ୟରେ ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଉପପ୍ରଭାରୀ ଲତା ଉସେଣ୍ଡି ଏବଂ ଜାତୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ସାମିଲ ଥିଲେ। ଏହା ବ୍ୟତୀତ, ଓଡ଼ିଶା ଜିଲା ସଭାପତିଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ଚାଲିଛି, ଯାହାର ଏକ ଚୂଡ଼ାନ୍ତ ତାଲିକା ଦୁଇ ଦିନ ମଧ୍ୟରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଜିଲା ସଭାପତିଙ୍କ ନାମ ନିଶ୍ଚିତ ହେବା ପରେ, ରାଜ୍ୟ ସଭାପତିଙ୍କ ସମ୍ପର୍କରେ ଏକ ଅଫିସିଆଲ୍ ଘୋଷଣା ଆଶା କରାଯାଉଛି।
Previous Post Next Post

ADS