ବୌଦ୍ଧ: ବୌଦ୍ଧ ଜିଲ୍ଲା ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଗତ ଜାନୁୟାରୀ ୮ ତାରିଖ ରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଦିର୍ଘ ୧୦ ଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ତାଲିମ ଶିବିର ଉଦଯାପନି ସମାରୋହରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଂଜନ ମିଶ୍ର ଅଧ୍ୟକ୍ଷତା କରି ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର ଉପକାରିତା ସମ୍ପର୍କ ରେ ଅବଗତ କରାଇବା ସହିତ ସାମ୍ପ୍ରତିକ ପରିସ୍ଥିତିରେ ନିଜକୁ ସମାଜ ତଥା ପରିବାରକୁ କିଭଳି ଭାବରେ ସୁରକ୍ଷା ଦେଇପାରିବେ ସେହି ଉପରେ ଆଲୋକପାତ କରିଥିଲେ । ଏହିଉତ୍ସବ ରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସୁମିତା ସାହୁ ଆତ୍ମସୁରକ୍ଷା ତାଲିମ ଶିବିରରେ ସରକାରଙ୍କ ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ବସନ୍ତି ପଧାନ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅଧ୍ୟାପିକା କରିସ୍ମା ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତକାର୍ଯ୍ୟକ୍ରମରେ କର୍ମଚାରୀ ସୁବାସ ବେହେରା ଓ ନିରଂଜନ ଗୌଡ ସକ୍ରିୟ ସହଯୋଗ କରିଥିଲେ ।
ଦୀର୍ଘ ୧୦ ଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ ବୌଦ୍ଧ ପଞ୍ଚାୟତ ଉଚ୍ଚମାଧ୍ୟାମିକ ବିଦ୍ୟାଳୟର ପ୍ରାୟ ୧୩୮ ଜଣ ଛାତ୍ରୀ ତାଲିମ ନେଇଥିଲେ । ପ୍ରଶିକ୍ଷିକା ରୋଜାଲିନ ରାଜହଂସ ଓ ସନ୍ଧ୍ୟାରାଣୀ ସାହୁ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ଉଦଯାପନୀ ସମାରୋହରେ ସମସ୍ତ ଛାତ୍ରୀ ଆତ୍ମସୁରକ୍ଷାର ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ । ଶେଷରେ ସମସ୍ତ ପ୍ରଶିକ୍ଷିତା ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷଙ୍କ ଦ୍ଵାରା ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା ।