ବୌଦ୍ଧ:-ବୌଦ୍ଧ ବ୍ଲକ ଦହ୍ୟା ପିଏମ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷଙ୍କୁ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମର୍ଦ୍ଧନା ସହ ବିଦ୍ୟାଳୟକୁ ପାଛୋଟି ଆଣିଥିଲେ l ଏହାପରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲଷ୍ମୀ ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ
ନୂତନ ଶିକ୍ଷାନୀତିରେ ସମ୍ପର୍କରେ ଆଲୋକପାତ କରିଥିଲେ ।
ଅନ୍ୟତମ ସମ୍ମାନୀତ ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ଯୋଗଦେଇ ଛାତ୍ରଜୀବନ ସମ୍ପର୍କରେ କହିଥିଲେ । ମୁଖ୍ୟବକ୍ତା ଭାବେ ସୋନପୁର ମହିଳା ମହା ବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ମଦନ ସୁନ୍ଦର ଖେତୀଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବୌଦ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ,ପ୍ରମୁଖ ଯୋଗ ଦେଇଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲଷ୍ମୀ ସ୍ୱାଇଁ ବାର୍ଷିକ ବିବରଣୀ ପଠନ କରିଥିଲେ l ଏହାପରେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟରଖିଥିଲେ
ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟ ର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ l ଶିକ୍ଷକ ରଞ୍ଜୁ ଅମାତ ମଞ୍ଚ ପରିଚାଳନା କରିଥିଲେ ବେଳେ ବିଦ୍ୟାଳୟର ଶିକ୍ଷକ ହେମକାନ୍ତ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ lକାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।