ବିଜେପି ସରକାର ଓ ତାଙ୍କ ନେତା ମାନେ କହୁଥିଲେ ଧାନ ମଣ୍ଡିରେ କଟଣୀ ଛଟଣି ହେବା ନାହିଁ ଆମ ସରକାର ଲୋକଙ୍କ ସରକାର ବୋଲି ବାହାସ୍ପୋଟ ମାରୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଥିବା ମଣ୍ଡି ମାନଙ୍କରେ ପ୍ରାୟ 3-5 କେଜି ଧାନ ଚାଷୀଙ୍କ ଠାରୁ କାଟୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ଅମାତ I ମଣ୍ଡି ମାନଙ୍କରେ ଅବ୍ୟବସ୍ଥା ଓ କେନାଲ ଜଳ ଯୋଗାଣରେ ବିଫଳତା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବା ସହ ଜିଲ୍ଲାପାଳଙ୍କ ଜରିଆରେ ବୌଦ୍ଧ ଜିଲ୍ଲା ବିଜେଡ଼ି ଦଳ ତରଫରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଏକ ଦାବି ପତ୍ର ପଠେଇ ଥିବା କହିଥିଲେ I
ବୌଦ୍ଧ:ଧାନ ମଣ୍ଡିରେ ଚାଲିଥିବା କଟନୀ ଛଟଣିକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି I ବୌଦ୍ଧ ଜିଲ୍ଲା ପୂର୍ତବିଭାଗ ଡାକବଙ୍ଗଳା ଠାରେ ବୌଦ୍ଧର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଚାଷୀଙ୍କ ସମସ୍ୟାକୁ ନେଇ ସାମ୍ୱାଦିକ ସମ୍ମିଳନୀ କରିଥିଲେ I https://www.profitablecpmrate.com/nndru1jc9?key=7cbb3a8b8229335ac5342cb6f89ff68d