Ads

ବରଗଡ଼-ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଘଟଣାକୁ ୫ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। ପ୍ରଥମେ ପୀଡ଼ିତାଙ୍କ ନିଖୋଜ ନେଇ ଏକ ଫୋନକଲ୍‌ ରେକର୍ଡର ଅଡିଓ କ୍ଲିପ୍‌ ଭାଇରାଲ, ଏବେ ସ୍ଥାନୀୟ ଏକ ମଲ୍‌ର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ସେହି ଫୁଟେଜରେ ପୀଡ଼ିତା ବାହାରୁଥିବା ଏବଂ ତାଙ୍କ ସହିତ ଜଣେ ଯୁବକ ରହିଥିବା ଚର୍ଚ୍ଚା ଦେଖାଯାଉଛି। ତେବେ ସମ୍ପୃକ୍ତ ଯୁବକ ଜଣକ କିଏ? ତାକୁ ନେଇ ନାନା କଳ୍ପନାଜଳ୍ପନା କରାଯାଉଥିବାବେଳେ ପୋଲିସ ମଧ୍ୟ ଫୁଟେଜ୍‌ ଆଧାରରେ ସମ୍ପୃକ୍ତ ଯୁବକଙ୍କୁ ଧରିବା ପାଇଁ ବ୍ୟାପକ ତନାଘନା ଚଲାଇଛି।
Previous Post Next Post

ADS