Ads

ବୌଦ୍ଧ: ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା I ଆଜି ରାତି ୮ ଘଣ୍ଟା ସମୟରେ ବାଉଁଶୁଣୀ ପୋଲିସ୍ ବଲାକିରା ଗ୍ରାମରେ ପାଳ ଗଦାରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଥିବା ଦୁଇ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରି ବାଉଁଶୁଣୀ ପୋଲିସ୍ ଜବତ କରିଛି I ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଏକ ପରିତ୍ୟକ୍ତ କୁଅରେ ଭର୍ତ୍ତି କରା ଯାଇଥିବା ପାଳ ଗଦାରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ନିକଟରେ ଖେଳୁ ଥିବା ଦୁଇ ଶିଶୁ କେମିତି ନିଆ ନିକଟକୁ ଆସିଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ l ମୃତ ଦୁଇ ଶିଶୁ ହେଲେ ବଲାକିରା ଗ୍ରାମର ୫ ବର୍ଷୀୟ କ୍ରିଷ୍ଣା ଭୋଇ ଓ ବୌଦ୍ଧ ଥାନା ବସନ୍ତ ବାହାଲ୍ ଗ୍ରାମର କ୍ରିଷ୍ଣା ଉର୍ମା I ଉଭୟେ ସମ୍ପର୍କରେ ମାମୁଁ ଭଣଜା ବୋଲି ସୂଚନା ମିଳିଛି I ଖବର ପାଇ ବାଉଁଶୁଣୀ ପୋଲିସ୍ ବଲାକିରା ଗ୍ରାମରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ବେଳେ ଆସନ୍ତା କାଲି ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି l
Previous Post Next Post

ADS