Ads

ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ମେଣ୍ଢିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳ ସମ୍ମିଳନୀ ବୌଦ୍ଧ ଶାଖା ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଶ୍ରୀମତୀ ପଦ୍ମାଳୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ରୀବତ୍ସ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ୟଙ୍ଗ କବି ଶାନ୍ତନୁ କୁମାର ପାଣିଗ୍ରାହୀ, ଇଂରାଜୀ ଅଧ୍ୟାପକ ଧ୍ରୁବ ଚରଣ ପାଣିଗ୍ରାହୀ ତଥା ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ଯୋଗ ଦେଇ ବ୍ୟାସ କବିଙ୍କ ଜୀବନୀ ଓ ସାହିତ୍ୟକୃତୀ ସମ୍ପର୍କରେ ଆଲୋଚନା କରିଥିଲେ |  ପ୍ରାରମ୍ଭରେ କବି ତଥା ଗବେଷକ ଶ୍ରୀ ସତ୍ୟଜିତ କୁମାର ପଣ୍ଡା ସ୍ୱାଗତ ସମ୍ଭାଷଣ ଦେଇଥିଲେ l ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୋପାଳ ଅମାତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିବାବେଳେ ନୀଳ 
ଲୋହିତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ |  ଶେଷରେ ଶ୍ରୀ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଜୟନ୍ତୀ ଉତ୍ସବରେ ଓଡିଶା ଲେଖିକା ସଂସଦ, ବୌଦ୍ଧ ଜିଲ୍ଲା ଶାଖାର ସଭାପତି ଶ୍ରୀମତୀ ମଧୁମିତା ମିଶ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ଶାନ୍ତନୁ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ସୁପରିଚାଳନାରେ ସଂଗଠନ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର କର୍ଣ୍ଣ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ l
Previous Post Next Post

ADS