ବୌଦ୍ଧ: ଶୁକ୍ରବାର ବୌଦ୍ଧ ଥାନା ଖଜୁରୀପଡା ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଲୁନା ଗାଡ଼ିରେ ଯାଉଥିବା ଆରୋହୀ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ରାଧାନଗର ପଞ୍ଚାୟତ ଦାମୋଦରପୁର ଗ୍ରାମର ହିମାଂଶୁ ଶେଖର ମାଝୀ ଏକ ଲୁନା ଯୋଗେ ନିଜ ଘରୁ ବୀରନରସିଂହପୁର ଆଡକୁ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଅଜଣା ଟ୍ରକ ଧକ୍କା ଦେଇ ଚାଲି ଯାଇଥିଲା l ଫଳରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ I ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି I ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I