ଭୁବନେଶ୍ବର: ବିରୋଧିଙ୍କ ଟାର୍ଗେଟ୍ ରେ ଏବେ ୫ଟି ସଚିବ । ଆଜି ମଧ୍ୟ ବିଧାନସଭାର ଶୂନ୍ୟକାଳରେ ହଟ୍ଟଗୋଳ ହେବାପରେ ଗୃହ ବାହାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ୫-ଟି କହିଲାମାନେ ସେମାନେ କୋଉ ଦିଗକୁ ନେଇଯାଉଛନ୍ତି, ମୁଁ ଜାଣି ପାରୁନି। ୫-ଟିର ସବୁ ଜାଗାରେ ଆବଶ୍ୟକତା କଣ? ଜଣେ କହିଲେ ୫-ଟି ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା, ତାପରେ ଏବେ କହିଲେଣି ସିଏମଓ। ୫-ଟି ସିଏମଓ କେମିତି ହେଲା ? ଗୋଟେ ବିଚାରଧାରା ସିଏମଓ କେମିତି ହେବ ? ଯଦି ମୁଖ୍ୟମନ୍ତ୍ରୀଙ୍କର ସେ ଜଣେ ସଚିବ, ତେବେ ସେ ସିଏମଓର ଜଣେ କର୍ମଚାରୀ ହୋଇପାରନ୍ତି। ସିଏମଓ କେମିତି ହେବେ ? ବିରୋଧୀ ଦଳ ନେତା ଆହୁରି କହିଥିଲେ, ଯେଉଁ ମାନ୍ୟବର ସଦସ୍ୟ କହିଲେ ସେ କ୍ରୀତଦାସ, ସେ ସେହି ଜାଗାରେ ଦ୍ୱାରପାଳ ହୋଇଥିଲେ। ଜଣେ ବିଧାୟକ, ବିଧାୟକର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି। ତାଙ୍କ ପିତା ଜଣେ ସ୍ୱାଭିମାନର ପ୍ରତୀକ ଥିଲେ। ସେ ଯେଉଁଭଳି ଭାବରେ କ୍ରୀତଦାସ କହିଲେ, ସେ ଲୋକଙ୍କ ପ୍ରତିନିଧି ଲୋକଙ୍କ କଥା ଆମେ ଉଠାଇବୁ। କ୍ରୀତଦାସ କେମିତି ହେବୁ ? କ୍ରୀତଦାସ ପ୍ରଥା ଭାରତବର୍ଷରୁ କେବେଠାରୁ ଉଠି ଗଲାଣି। ବିଶ୍ୱରୁ ଉଠିଗଲାଣି। ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି। ସେ କେମିତି କ୍ରୀତଦାସ କଥା ଉଠାଇଲେ ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି, ଯାହା ଅଧା ରହିଯାଇଛି। ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ। ତେଣୁ ଜାଣିଶୁଣି ଚାଉଳର କଥା ଉଠାଇଲେ। ସେଥିପାଇଁ ବାଧା ଦିଆଗଲା।