ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ୭୫ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ନରସିଂହପୁର ବ୍ଲକ ଅନ୍ତର୍ଗତ ବାସେଳିହତା କଅଁରପୁର ଗ୍ରାମର ଋଷିପଡ଼ା ଛକ ନିକଟରେ । ମିଳିଥିବା ଖବର ଅନୁଯାୟୀ , ବିନୟ ସ୍ବାଇଁ ନାମକ ଜନୈକ ବ୍ୟକ୍ତି ବାସେଳିହତା ଠାରେ ଥିବା ଗ୍ରାହକ ସେବା କେନ୍ଦ୍ର ପାଇଁ ନରସିଂହପୁର ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ୭୫ହଜାର ଟଙ୍କା ଉଠାଇଥିଲେ । ପରେ ସେ ବାଇକ୍ ଯୋଗେ ଫେରିବା ସମୟରେ ଋଷିପଡା ଛକ ନିକଟରେ ୪ଟା୧୫ମିନିଟ ସମୟରେ ଏକ ଦୋକାନ ସାମ୍ନାରେ ଗାଡ଼ି ରଖି ପାଣି ପିଇବା ସମୟରେ କିଛି ଦୁର୍ବୃତ୍ତ ଆସି ବାଇକ୍ ଡିକି ଭାଙ୍ଗି ୨ ଲକ୍ଷ ୭୫ହଜାର ଟଙ୍କା ଲୁଟି ନେଇଥିବା ନେଇ କାନପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।