କଣ୍ଟାମାଳ: କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତର କିନିକୁ୍ପା ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଆଜି ଉଦଯାପିତ ହୋଇ ଯାଇଛି l କିନିକୁ୍ପା ଗ୍ରାମର ଗଉଁନ୍ତିଆ ତଥା ସୌକିନ ବାବା ଶ୍ରୀଯୁକ୍ତ ମହାଦେବ ପାଢ଼ୀଙ୍କ ଉଦଯୋଗରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ନାମଯଜ୍ଞରେ ୯ ଗୋଟି କୀର୍ତ୍ତନ୍ୟ ମଣ୍ଡଳୀ ଭାଗ ନେଇଥିଲେ l
ପୂର୍ଣ୍ଣାହୁତୀ ଆର୍ଥାତ ଆଜି ସକାଳେ ପଶ୍ଚିମ ଓଡ଼ିଶାର ବଚ୍ଛା ବଚ୍ଛା ଉଦଣ୍ଡି ସଂକୀର୍ତନ୍ୟ ଦଳର ଗାୟକ ଓ ବାହକ ମାନଙ୍କୁ ନେଇ ଦିନ ୧୨ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମେଳଣ ପର୍ବ ଏଥିରେ ଗୁରୁ ବ୍ୟାସ ଦେବ ମିଶ୍ର, ବଲାଙ୍ଗୀର ଖଲିଆ ପାଲି, ଶୁଶିଲ କୁମାର ଧରୁଆ, ମିଚ୍ଛା ପାଲି, ବଂଶୀଧର ଧରୁଆନ ପଥର ଟେକା, ନେତ୍ରା ନନ୍ଦ ବାରିକ ଜଡ଼ାମୁଣ୍ଡା, ସାନ୍ତୁନୁ ମଲିକ, ଘଣ୍ଟାପଡା, ରଶ୍ମିତ ଗୁରୁ ଓ ବନବିହାରୀ ଗୁରୁ ବରଡ଼ି ପଦର ବୌଦ୍ଧ, ମନୋଜ ଘିଭେଲା ହେମନ୍ତ ଘି ଭେଲା ପଥର ଟେକା, ପପୁନ ପାଣି ଗ୍ରାହୀ ଘଣ୍ଟାପଡା, ଉତ୍ତର କୁମାର ସାହୁ କଣ୍ଟାମାଳ, ନରେଶ କୁମାର ସାହା ରୁଗୁଡ଼ି ପାଲି, ସୌମ୍ୟ ରଞ୍ଜନ ମିଶ୍ର ଉପର ଝାର ବଲାଙ୍ଗୀର, ଜିତେନ୍ ଗୁରୁ, ପ୍ରଦୀପ ପତି କୁରୁଲ ବଲାଙ୍ଗୀର, ବାପୁନ ମିଶ୍ର ଭାଲୁ ଡିଆଁ,କଳା ହାଣ୍ଡି, ଅକ୍ରୁର ମହାପାତ୍ର ବଲାଙ୍ଗୀର, କିଶୋର ଚନ୍ଦ୍ର ମିଶ୍ର ବଲାଙ୍ଗୀର ପ୍ରମୁଖ ଜିଲ୍ଲାର ମହାନ ଗୁରୁ ମାନେ ଉପସ୍ଥିତ ରହି କୀର୍ତନ ଧାରାରେ ଭାଗ ନେଇଥିଲେ l ସମସ୍ତ କୀର୍ତ୍ତନ୍ୟ ଦଳକୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିବା ବେଳେ କୀର୍ତ୍ତନ୍ୟ ଧାରାରେ ଯୋଗ ଦେଇଥିବା ସମସ୍ତ ଗାୟକ ଓ ବାହକ ମାନଙ୍କୁ କିନିକୁପା ଗ୍ରାମ ବାସୀଙ୍କ ତରଫରୁ ମାନପତ୍ର ସହିତ ଉତ୍ତରୀୟଦେଇ ସମ୍ମାନିତ କରାଯାଇଥିଲା ।