ନୂଆପଡ଼ା(ଜଗନ୍ନାଥ ସାଗର): ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଳମଡ଼ାଇ ଗ୍ରାମ ରେ ମହାବଳ ବାଘ ଟାଣି ନେଇ ଆହାର ବନାଇଲା ବୃଦ୍ଧା ମହିଳାଙ୍କୁ । ମହାବଳ ବାଘ ବୁଲୁ ଥିବା ଗ୍ରାମବାସୀ ମାନେ ଭୟଭୀତ ଥିବା ବେଳେ ବୃଦ୍ଧ ମହିଳା ଗତ ସଂନ୍ଧ୍ୟା ରେ ଘରର ବାରି ପଟେ ଯାଇଥିଲେ। ସେଠାରେ ଥିବା ମହାବଳ ବାଘ ଝାମ୍ପି ଟାଣି ନେଇଥିଲା ବୃଦ୍ଧା ମହିଳାଙ୍କୁ। ମହିଳା ଜଣଙ୍କ ଜଳମଡ଼ାଇ ଗ୍ରାମର ସାନମତି ବାରିକ ବୋଲି ଜଣାପଡିଛି। ତାକୁ ୬୫ ବର୍ଷରୁ ଉର୍ଦ୍ଧ ହୋଇଥିବା ବେଲବ ମହାବଳ ବାଘ ପୂର୍ବତୁ ଛପି ବସିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ମାନେ ବାଘକୁ ଘଉଡାଇଥିଲେ। ଘଟଣା ସ୍ଥଳକୁ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ପହଞ୍ଚି ଶବକୁ ଗ୍ରାମବାସୀଙ୍କ ସହାୟତା ରେ ତଳକୁ ଆଣୁଛନ୍ତି। ଶବ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ହସ୍ତାନ୍ତର କରିବେ। ସେହିପରି ଗ୍ରାମବାସୀଙ୍କୁ ମଧ୍ୟବସଚେତନ କରିଛନ୍ତି। ମହାବଳ ବାଘ ଘୁରିବୁଲୁଥିବା ରୁ ସଜାଗ ହୋଇ ରାତ୍ରୀ ସମୟରେ ନ ବହାରିବାକୁ ଅନୁରୋଧ କରିଛନ୍ତି। ବୃଦ୍ଧା ମହିଳା ସାନମତି ପରିବାରଙ୍କୁ ଆବଶ୍ୟକ କ୍ଷତିପୂରଣ ସହାୟତା ବ୍ୟବସ୍ଥା କରାଯିବା ଜଣାପଡିଛନ୍ତି।