ବୌଦ୍ଧ : କଲରାପତରିଆ ବାଘ , ହରିଣ ଓ କୁଟୁରା ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍ ହେଳେ ଠିକ୍ ସମୟରେ ମାଡିବସିଲା ଏସଟିଏଫ । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର ହୋଇଥିବା ଓ ବିକ୍ରି ପାଇଁ ଯୋଜନା ଚାଲିଥିବା ଏସଟିଏଫ୍ ଖବର ପାଇଥିଲା । ଧରିବା ପାଇଁ ଏସଟିଏଫ ପୁରୁଣା କଟକରେ ଡେରା ପକାଇ ଧରିବା ପାଇଁ ଜାଲ ବିଛାଇ ଥିଲେ । ହରଭଙ୍ଗା ଅଞ୍ଚଳରେ ଛାଲ ବିକ୍ରି ପାଇଁ ଡିଲ୍ ହେବା ବିଷୟରେ ସୂଚନା ମିଳିବା ପରେ ଚଢ଼ଉ କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ଶିକାରୀ ପାଖରୁ ତିନିଟି ଛାଲ ଜବତ କରି ଶିକାରୀକୁ ଗିରଫ କରିଛି । ଅନ୍ୟପଟେ ଏଭଳି ଅନେକ ଘଟଣା ଏସଟିଏଫ ଖବର ପାଇ ଚଢାଉ କରି ସଫଳତା ପାଉଥିବା ବେଳେ ଜିଲ୍ଲାରେ ଥିବା ବନ ବିଭାଗ ମୁଖିଆ କୌଣସି ଟେର୍ ନ ପାଇବା ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।