ବୌଦ୍ଧ: ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ର ପ୍ରତିଷ୍ଠାତା ତଥା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ ଆହ୍ଵାନ କ୍ରମେ ଏଵଂ ବରିଷ୍ଠ ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ ଙ୍କ ଅଧ୍ୟକ୍ଷତାରେ ବହିରା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ସଂଗଠନର ଗୁରୁତ୍ଵପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ବାବାସାହେବ୍ ଆମ୍ବେଦକର ଙ୍କ ତୈଳ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶ୍ରୀମାନ୍ ଡାଙ୍ଗ ବିଗତ ଦିନର କାର୍ଯ୍ୟକଳାପ ଏଵଂ ଆଗାମୀ ଦିନର ସୁବିସ୍ତୃତ କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ । ବୈଠକରେ ଦୀର୍ଘ ସମୟ ଆଲୋଚନା ଏଵଂ ପର୍ଯ୍ୟାଲୋଚନା ପରେ ସର୍ବ ପ୍ରଥମେ କାର୍ଯ୍ଯନିର୍ବାହୀ ପରିଷଦ ଦ୍ଵିତୀୟ ରେ ସାଧାରଣ ପରିଷଦ ଏବଂ ୭୦ ଟି ପଂଚାୟତ କମିଟି କୁ ସକ୍ରିୟ ସହିତ କ୍ରିୟାଶୀଳ କରିବା ପାଇଁ ପୁନର୍ଗଠନ କରିବା ସକାଶେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସଂଗଠନର ଦଶ ଟି ପଦାଧିକାରୀ ଦାୟୀତ୍ବ କୁ ପୁନର୍ଗଠନ କରାଯାଇଥିଲା । ୧ - ସର୍ବଶ୍ରୀ ରୋହିତ କହଁର (ଗାନ୍ଧୀନଗର) - ସଭାପତି , ୨ - ଶ୍ରୀ ମକରଧ୍ବଜ ମହାନନ୍ଦିଆ (ବଉଳସିଙ୍ଗା) - ଉପ ସଭାପତି , ୩ - ଶ୍ରୀ ବସନ୍ତ କୁମାର ଖୁରା ( ଖଲିଆପାଲି) - ଉପ ସଭାପତି , ୪ - ଶ୍ରୀ ଦଶରଥ ବେହେରା ( ଆଡେଣୀଗଡ ) - ଉପ ସଭାପତି , ୫ - ଶ୍ରୀ ସୁଧାଂଶୁ ଡାଙ୍ଗ ( ବାଳିପୁର ) - ସାଧାରଣ ସଂପାଦକ , ୬ - ଶ୍ରୀ କହେଁଇ ବାଦି ( ବହିରା) - ସହକାରୀ ସାଧାରଣ ସଂପାଦକ , ୭ - ଶ୍ରୀମତୀ ସେବତୀ ବେହେରା ( ଲଣ୍ଡରିଯୋର୍ ) - ଯୁଗ୍ମ ସମ୍ପାଦକ , ୮ - ଶ୍ରୀ ରାମଚନ୍ଦ୍ର ତାଣ୍ଡି ( ମଲ୍ଲି କୁଦ) - କୋଷାଧ୍ୟକ୍ଷ , ୯ - ଶ୍ରୀନିବାସ ହାତୀ ( ବଡ଼ ଖଲିଗାଁ ) - ସହକାରୀ କୋଷାଧ୍ୟକ୍ଷ , ୧୦ - ଶ୍ରୀ ଦେବଦତ୍ତ ସାଗର ( ପୁରୁଣାପାଣି ) - ସଂଗଠନ ସଂପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଦ୍ଵିତୀୟରେ ସାଧାରଣ ପରିଷଦର ସମସ୍ତ ସଦସ୍ୟ ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତୃତୀୟରେ ଜିଲ୍ଲାର ସମସ୍ତ ଭୂମି ହୀନ ଏଵଂ ଡିହ ହୀନ ହିତାଧିକାରୀ ଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ ଆଲୋଚନା କରିବା ପାଇଁ ୨୦ ତାରିଖ ସୋମବାର ଦିନ କଣ୍ଟାମାଳ , ୨୩ ତାରିଖରେ ହରଭଙ୍ଗା ଏଵଂ ବୌଦ୍ଧ ତହସିଲଦାର ଙ୍କୁ ଭେଟିବା ସକାଶେ ନିଷ୍ପତ୍ତି ନିଆଯାଇଥିଲା । ଚତୁର୍ଥରେ ଆସନ୍ତା ଏପ୍ରିଲ ମାସ ୧୬ ତାରିଖ ରବିବାର ଦିନ ସଂଗଠନ କୁ ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତିଷ୍ଠା ଦିବସ ଏଵଂ ବାବାସାହେବ୍ ଆମ୍ବେଦକର ଙ୍କ ଜୟନ୍ତୀ ବହିରା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପଞ୍ଚମରେ ସକ୍ରିୟ ଆଗ୍ରହୀ ସମାଜସେବୀ ମାନଙ୍କୁ ନେଇ ୭୦ ଟି ପଂଚାୟତ କମିଟି ପୁନର୍ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା କାର୍ଯ୍ୟକରିଣୀ ସଦସ୍ୟ କଳିଙ୍ଗ ତଣ୍ଡିଆ , ମହାଦେବ କଲତା , ନନ୍ଦିନୀ ନାଏକ , ଇନ୍ଦ୍ରଜିତ ହାତୀ , ସନ୍ତୋଷ କୁମାର ବେହେରା , ସଂଜିତ କୁମାର ଜେନା , ଅନିରୁଦ୍ଧ ବେହେରା , କ୍ଷେତ୍ର ମୋହନ ମହାନନ୍ଦ , ପ୍ରଜାପତି ଭବସାଗର , ଶଙ୍କର ତଣ୍ଡିଆ , ପ୍ରଦୀପ ନନ୍ଦ, ରାଜେନ୍ଦ୍ର ବାଘ , ଯୁବ ସମାଜସେବୀ ଜୟରାମ ହରିପାଲ , ବରୁଣ ଦୀପ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।