ବର୍ଜୟେତ୍ତାଦୃଶଂ ବନ୍ଧୁ ବିଷକୁମଂ ପୟୋମୁଖମ୍ II
ବ୍ୟାଖ୍ୟା : ଏହି ବଚିତ୍ର ସଂସାରରେ ନାନା ପ୍ରକୃତିରେ ଲୋକ ଦେଖା ଯାଆନ୍ତି । କେତେକ ଉତ୍ତମ ପ୍ରକୃତିର ଲୋକ ଅଛନ୍ତି । ସେମାନେ ସ୍ପଷ୍ଟବାଦୀ । ଯାହା କହନ୍ତି , କାର୍ଯ୍ୟରେ ମଧ୍ୟ ସେହିପରି କରନ୍ତି । ସେମାନଙ୍କର ମନ , ବଚନ , ଓ କାର୍ଯ୍ୟ ଏକ । କିନ୍ତୁ କେତେକ କୁଟିଳ ପ୍ରକୃତିର ଲୋକ ଅଛନ୍ତି , ଯେଉଁ - ମାନଙ୍କର ମନ , ବଚନ ଓ କାର୍ଯ୍ୟ ଭିନ୍ନ । ସେମାନେ ମନରେ ଭାବନ୍ତି ଏକ ପ୍ରକାର । ବଚନରେ ପ୍ରକାଶ କରନ୍ତି ଏକ ପ୍ରକାର ଓ କାର୍ଯ୍ୟ କରନ୍ତି ଅନ୍ୟ ପ୍ରକାର । ଏହି ଶ୍ରେଣୀ ଲୋକ ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି । ତେଣୁ ଲେଖକ ଏହି ଶ୍ଳୋକରେ କହି ଅଛନ୍ତି , ଯେଉଁ ବନ୍ଧୁ ସମକ୍ଷରେ କୋମଳ , ମଧୁର ବଚନ କହି ମନୋହରଣପୂର୍ବକ ବନ୍ଧୁର ମନରେ ଦୃଢ ବିଶ୍ବାସ ଜନ୍ମାତି ; ଅଥଚ ଅଜ୍ଞାତସାରରେ ନାନା ଚକ୍ରାନ୍ତ କରି ବାଧାବିଘ୍ନ ଜନ୍ମାଇ କାର୍ଯ୍ୟ ନଷ୍ଟ କରନ୍ତି , ସେପରି ବନ୍ଧୁଙ୍କୁ ପରିତ୍ୟାଗ କରିବା ସର୍ବଦା ଉଚିତ ; ନଚେତ ଏପରି ବନ୍ଧୁଙ୍କର କରାଳ କବଳରେ ପଡି ଲୋକର ଜୀବନ ହା - ହୁତାଶମୟ ହୋଇଉଠିବ । ଏବିଷୟରେ କବି ଏଠାରେ ଗୋଟିଏ ସୁନ୍ଦର ଉଦାହରଣ ଦେଇ କହିଛନ୍ତି ଯେ , ଗୋଟିଏ କଳସର ଅଧିକାଂସ ଭାଗ ଉକ୍ତ ବିଷଦ୍ବାରା ପରିପୂର୍ଣ ହୋଇ ମୁଖ ଭାଗରେ ସାମାନ୍ୟ ଦୁଗ୍ଧ ଥିଲେ ତାହାକୁ ଦୁଗ୍ଧକଳସ ବୋଲି ମନେକରି କୌଣସି ଲୋକ ଯଦି ସେଥିରୁ ବିନ୍ଦୁଏ ମାତ୍ର ମୁଖରେ ଦିଏ , ତେବେ ସେ ଯେପରି ମୃତ୍ୟୁ ମୁଖରେ ପଡେ ସେହିପରି ଉକ୍ତ ବନ୍ଧୁଙ୍କ ସର୍ମକରେ ଆସିଲେ ଲୋକର ପରିଣାମ ଭୟଙ୍କର ହୋଇଉଠେ ।