କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡ଼ା ମୁଖ୍ୟାଳୟ ନିକଟରେ ଓଡ଼ିଶା ଡ୍ରାଇଭର ମହାସଂଘ ସାହାରପଡା ଶାଖା ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଜନ ସାଧାରଣାଙ୍କୁ ସଚେତନ ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ଡ୍ରାଇଭର ମହାସଂଘର ୧୦ ଦଫା ସମ୍ବଳିତ ଦାବି ପୂରଣ କରିବାରେ ବିଫଳ ହୋଇଥିବା ପରିପ୍ରେକ୍ଷୀ ରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରା ଯାଉଥିବା ହେତୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଖରେ ରଖିବା ପାଇଁ ଡ଼ାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି । ମିଳିଥିବା ସୂଚନା ଅନୁଯାଇ ମାର୍ଚ୍ଚ ୧୫ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ଼ କରିବା ସହ ରାଜରାସ୍ତା ଅବରୋଧ କରି ଚକଅଖ ବନ୍ଦ କରିବେ ବୋଲି ସଂଘ ପକ୍ଷରୁ ଜଣାପଡିଛି । ତେବେ ସାହାରପଡା ବ୍ଲକ ଅଞ୍ଚଳରୁ ୧୫୩୦ ଡ୍ରାଇଭର ଷ୍ଟିଅରିଂ ଛାଡ଼ କରି ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି ।