Ads

ବୌଦ୍ଧ: ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା । ଜିଲ୍ଲାରେ ନୂତନ ଏସପି ଯୋଗଦେବା ପରେ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଅମଳ ହେବାପରେ ପ୍ୟାକିଂ କରି ବାହାର ରାଜ୍ୟକୁ ଚାଲାଣ ପାଇଁ ଗଚ୍ଛିତ ରଖିଥିବା ବେଳେ ଖବର ପାଇ ପୋଲିସ ଚଢାଉ କରି ସେଠାରୁ ୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ବୌଦ୍ଧ ଜିଲ୍ଲା ଗଞ୍ଜେଇ ଗଡ କୁହାଯାଉଥିବା ବେଳେ ନୂତନ ଏସପି ରାଜ ପ୍ରସାଦ ବୌଦ୍ଧ ରେ ଯୋଗଦେବା ପରେ ଏହାକୁ କିପରି ସମ୍ପୂର୍ଣ୍ଣ ଭାବେ ଜିଲ୍ଲାରୁ ବିନାଶ କରାଯାଇ ପାରିବ ସେ ଦିଗରେ ନିଜେ ଏସପି ଗଞ୍ଜେଇ ଚାଷ ହେଉଥିବା ଦୁର୍ଗମ ଅଞ୍ଚଳ ଗୁଡ଼ିକୁ ଯାଇ ସେଠାରୁ ଗଞ୍ଜେଇ ଜବତ କରୁଥିବା ଜଣାପଡିଛି ।
Previous Post Next Post

ADS