Ads

ପୁରୁଣାକଟକ: ଆଜି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ରେ ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଭ୍ରଷ୍ଟାଚାର ଦିବସ ପାଳନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଙ୍କ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ତା ବିରୁଦ୍ଧ ରେ ଏହି ସଭା ଆୟୋଜନ କରାଯାଇଥିଲା । ସମସ୍ତ ବିଜେପି କର୍ମୀ ମାନେ ମାର୍ଚ୍ଚ ପାଞ୍ଚ ତାରିଖକୁ ବିଜେଡ଼ି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରତିବାଦରେ ଭ୍ରଷ୍ଟାଚାର ଦିବସ ଭାବରେ ମୁହଁ ରେ କଳା ପଟି ବାନ୍ଧି ପାଳନ କରି ସମ୍ପୂର୍ଣ ନିରବ ସହ ପ୍ରତିବାଦ କରିଥିଲେ l କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନ, ପୂର୍ବତନ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣି ଗ୍ରାହୀ, ମାଗୁଣି ଗାଈଗୋରିଆ, ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ସୁବ୍ରତ ପ୍ରଧାନ, ଯୁବ ମୋର୍ଚ୍ଚା ସମ୍ପାଦକ ଅଜିତ ବାଘ, ଆଠ ନମ୍ବର ଜଣ ମଣ୍ଡଳ ସଭାପତି ବାମନ ବାରିକ, ସୁଧାଂଶୁ ରଥ, ବିକ୍ରମ ପ୍ରଧାନ,ସୁଧୀର ରଣା ପ୍ରମୁଖଙ୍କ ସହିତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ  l
Previous Post Next Post

ADS