Ads

ବୌଦ୍ଧ: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧୁବାବୁ  ପେନସନ ଯୋଜନାରେ ଭତ୍ତା ପରିଚୟ ପତ୍ର  ଆବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗ ଦେଇ ହରଭଙ୍ଗା ବ୍ଲକର ୮୫ ଜଣ, ବୌଦ୍ଧ ବ୍ଲକର ୪୩ ଜଣ, ଏହିପରି ସର୍ବମୋଟ ୧୨୮ ଜଣ  ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଭତ୍ତା ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।
ବୌଦ୍ଧ ଏବଂ ହରଭଙ୍ଗା ସାମାଜିକ  ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ କଁହର, ତହସିଲଦାର,ବୌଦ୍ଧ ଦେବୀ ପ୍ରସାଦ ଦାଶ, ବି. ଡି. ଓ. ହରଭଙ୍ଗା  ସ୍ୱପ୍ନିତା ନାୟକ, ବି. ଡି. ଓ ବୌଦ୍ଧ ଅବିନାଶ ପାଣ୍ଡିଆ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଝାରୀ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଜ଼ିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି  ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
Previous Post Next Post

ADS