Ads

ସରକାରଙ୍କ ପୋଲ ଖୋଲୁଛନ୍ତି ସ୍ବୟଂ ଶାସକ ଦଳର ବିଧାୟକ । ଦିର୍ଘ ୨୩ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ଥିବା ନବୀନ ସରକାର ବିକାଶକୁ ନେଇ ନିର୍ବାଚନ ବୈତରଣୀ ପାରି ହେଉଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ମହିଧର ରଣା ନିଜ ସରକାରଙ୍କ ବିକାଶର ପୋଲ ଖୋଲିଛନ୍ତି । ଅହଂକାର ଓ ମାତ୍ରାଧିକ ଘମଣ୍ଡକୁ ନେଇ ଅନେକ ସମୟରେ ହଟହଟା ହେଉଥିବା ବିଧାୟକ ମହିଧର ରଣା ବୌଦ୍ଧ ଜିଲ୍ଲାପାଳଙ୍କୁ ଟାର୍ଗେଟ୍ କରିବାକୁ ଯାଇଁ ଚଳିତ ବର୍ଷ ହୋଇଥିବା ବୌଦ୍ଧ ମହୋତ୍ସବରେ ରାଜ୍ୟ ସରକାରଙ୍କ ୨୩ବର୍ଷର ବିକାଶ ଉପରେ ପ୍ରଶ୍ନ ଉଠାଇଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ ବିକାଶର କଥା କହି ଓଡିଶାରେ ପାଞ୍ଚ ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ଅସଲି ମୁଖା ଖୋଲିଦେଇଛନ୍ତି ବିଧାୟକ । ମଞ୍ଚରେ ଜିଲ୍ଲାପାଳଙ୍କୁ ବିକାଶର ପାଢପଢେଇବାକୁ ଯାଇଁ ନିଜ ସରକାରଙ୍କୁ କେମିତି ଟାର୍ଗେଟ କରିଛନ୍ତି ଏଭିଡିଓ ଟିକୁ ଦେଖନ୍ତୁ ।  ବୌଦ୍ଧ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଶ୍ରୀ ସତ୍ୟ ରଂଜନ ସାହୁ ଯୋଗଦେବା ପରେ ଦୁର୍ନୀତିକୁ ବିକାଶର ମାପକାଠି ମଣୁଥିବା ବିଧାୟକ ମହିଧର ରଣାଙ୍କୁ ଅଡୁଆ ହେଲା । ତାଙ୍କର ଲୁଟପାଟ୍ କଥା ବୋଧେ ଆଉ ରଖିଲେ ନାହିଁ ଜିଲ୍ଲାପାଳ । ଯାହାକୁ ନେଇ କ୍ଷୁବ୍ଧ ଥିବା ବିଧାୟକ ମହିଧର ରଣା ମୌକାଦେଖି ଛକା ମାରିବାକୁ ଯାଇଁ ନବୀନଙ୍କ ଓଡିଶା ମଡେଲକୁ ପଦାରେ ପକେଇ ଦେଇଛନ୍ତି । ଏଭଳି ନିଜକୁ ମାତ୍ରାଧିକ ଚାଲାକ୍ ଭାବୁଥିବା ନେତାଙ୍କ ଯୋଗୁଁ ସରକାର ଙ୍କ ଛବି କଳଙ୍କିତ ହେବା ସହ ଜନମାନସରେ ବିଜେଡି ଯେ ଲୋକ ପ୍ରିୟତା ହରାଉଛି ଏଥିରେ ସନ୍ଦେହ ନାହିଁ ।
Previous Post Next Post

ADS