Ads



ବୌଦ୍ଧ: ଆମ୍ବୁଲାନ୍ସ ରେ ଗଞ୍ଜେଇ ଚୋରା ଚାଲାଣବେଳେ ପଡିଲେ ପୁଲିସ ହାବୁଡ଼ ରେ। ଏପରି ଘଟଣା ଆଜି ଦେଖିବାକୁ ମିଳିଛି ମନମୁଣ୍ଡା ଥାନା ଶଗଡା ଅଂଚଳରେ। ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କ୍ଷେତ୍ରରେ ମନମୁଣ୍ଡା ଥାନା ଶଗଡା ଏବଂ ଗୁନ୍ଦୁଲିଆ ପଂଚାୟତ ର କୁଖ୍ୟାତି ରହିଛି। ପୁଲିସ ପ୍ରାୟ ନୀତିଦିନ ଗଞ୍ଜାଇ ଚାଷ ନଷ୍ଟ ରେ ବ୍ୟସ୍ତ ରାହୁଥିବାବେଳେ ଗଞ୍ଜାଇ ମାଫିଆ ଏହାର ସୁଯୋଗ ନେଇ ବିଭିନ୍ନ ଉପାୟରେ ଗଞ୍ଜାଇ ଚୋରା ଚାଲାଣ କରୁଥିବା ଜାଣିବାକୁ ମିଳିଛି।ତେବେ ଏସ ପି ପ୍ରହଲ୍ଲାଦ ସହାୟ ମିନାଙ୍କ କଡା ନିର୍ଦେଶ ମତେ ମନମୁଣ୍ଡା ଆଇ ଆଇ ସି ଅଶ୍ବିନୀ ଭିତିରିଆ ତାଙ୍କ ଷ୍ଟାଫ କୁ ଚୋରା ଚାଲାଣ ଉପରେ କଡା ନଜର ଦେବାକୁ କହିଛନ୍ତି।ସେଇ ପରିପ୍ରେକ୍ଷୀରେ ଶଗଡା ଫାଣ୍ଡି ଅଧିକାରୀ ଏସ ଆଇ ତୁଲାରାମ ମହାନନ୍ଦିଆ ଆଜି ସକାଳ ସମୟରେ ଶଗଡା - କନ୍ଧମାଳ ସୀମାନ୍ତ ଆଡକୁ ପେଟ୍ରୋଲିଂ ରେ ଯାଇଥିଲାବେଳେ  ଓ ଆର 15 ଏସ 0915 ନମ୍ବର ପ୍ଲେଟ ଥିବା  ଏକ ଆମ୍ବୁଲାନ୍ସ ଗାଡି ଶଗଡା - ସିଙ୍ଗଡାନାଲା ନିକଟରେ ରହିଥିଲା। ପୁଲିସ କୁ ଦେଖି  କେତେଜଣ ଜଙ୍ଗଲ ଆଡକୁ ଧାଇଁ ପଳାଇ ଯାଇଥିଲେ। ପୁଲିସ ସନ୍ଦେହରେ ଆମ୍ବୁଲାନ୍ସ କୁ ତନଖି କରିବାରେ ସେଥିରୁ 94 କେଜି ଗଞ୍ଜାଇ ପାଇଥିଲେ।ଆମ୍ବୁଲାନ୍ସ ସହ ଗଞ୍ଜାଇ କୁ ଜବତ ପୂର୍ବକ ଚୋରା ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ କୁ ଗିରଫ କରିଥିଲେ।ଅଭିଯୁକ୍ତ ଦୁଇଜଣ ହେଲେ ବୌଦ୍ଧ ଥାନା ବଇଲବେଡା ଗ୍ରାମର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ଜିଲ୍ଲାର କୈଳାଶ ସିଂ ବୋଲି ପୁଲିସ ଠାରୁ ଜାଣିବାକୁ ମିଳିଛି। ଉକ୍ତ ଚୋରା ଚାଲାଣରେ  ସମ୍ପୃକ୍ତ ଥିବା ତଥା ଧାଇଁ ଫେରାର ହୋଇଯାଇଥିବା  ଅଭିଯୁକ୍ତମାନେ କଣ୍ଟାମାଲ ଥାନା ରୁଣ୍ଡିମହୁଲ ଗ୍ରାମର ଘନଶ୍ୟାମ ଖଟୁଆ, ଦ୍ରୋଣ ଖଟୁଆ, କଣ୍ଟାମାଲ ର ସିତରାମ ଷଡଙ୍ଗୀ, କଣ୍ଟାମାଲ ଥାନା ପିଣ୍ଡାପଦର ର ଅର୍ଜୁନ ଦଣ୍ଡନାୟକ ବୋଲି ଗିରଫ ଅଭିଯୁକ୍ତ ଙ୍କ ଠାରୁ ପୁଲିସ ଜାଣିବାକୁ ପାଇଛି।ବରଗଡ଼ କୁ ଉକ୍ତ ଗଞ୍ଜାଇ ଚୋରା ଚାଲାଣ କରୁଥିବା ସେମାନେ ସ୍ୱୀକାର କରିଥିଲେ। ଏନେଇ ଥାନାରେ ଏକ ମାମଲା ନଂ4/23 ରୁଜୁ କରାଯାଇ ଗିରଫ ଦୁଇ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି ଏବଂ ଫେରାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇ ଆଇ ସି ଶ୍ରୀ ଭିତିରିଆ ଦୃଢକ୍ତି ପ୍ରକାଶ କରିଛନ୍ତି।କଥାରେ ଅଛି ପୁଲିସ ଠାରୁ ଚୋର ବହୁତ ଚାଲାକ, ତେବେ ଏଠାରେ ତହିଁର ବିପରୀତ ଦେଖିବାକୁ ମିଳିଛି।

Previous Post Next Post

ADS