ମନମୁଣ୍ଡା: ପୁଲିସକୁ ଗଞ୍ଜାଇ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ବୁଧବାର ପୁଲିସ ୧୮ କୁଇଣ୍ଟାଲ ୨୦ କେଜି ଗଞ୍ଜାଇ ସହ ଏକ ବାଇକ ଜବତ କରିଥିବାବେଳେ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମନମୁଣ୍ଡା ଥାନା ଚୁହୁରାନାଲି ଗ୍ରାମର ଦୀନବନ୍ଧୁ କଁହର ଏବଂ ମାଳତୀଗୋଛପଡା ଗ୍ରାମର ଉସତ ଘିବିଲା ବୋଲି ଥାନା ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଗୋପୀନାଥ ପ୍ରଧାନଙ୍କ ଠାରୁ ଜାଣିବାକୁ ମିଳିଛି। ମିଳିଥିବା ଖବର ଅନୁସାରେ, ମନମୁଣ୍ଡା ରେଞ୍ଜ ଶଗଡା ସେକ୍ସନ ସିଗାଡି ଜଙ୍ଗଲ ଅଂଚଳ ରେ ଗଞ୍ଜାଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କୌଣସି ସୂତ୍ରରୁ ଖବର ପାଇଥିଲେ। ଏସ ପିଙ୍କ ନିର୍ଦେଶକ୍ରମେ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ଏସ ଆଇ ୟୁ ଏନ ଆଚାର୍ଯ୍ୟ ଏବଂ ଶଗଡା ଫାଣ୍ଡି ଅଧିକାରୀ ତୁଲାରାମ ମହାନନ୍ଦିଆଙ୍କ ନେତୃତ୍ୱରେ ଏକ ଟିମ ସିଗାଡି ଜଙ୍ଗଲରେ ଚଢାଉ କରି ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଳିଥିବାବେଳେ ପୁଲିସ ମାଡି ବସିଥିଲା। ସେଠାରୁ ଗଞ୍ଜାଇ ସହ ଏକ ବାଇକ ଜବତ କରିବାରେ ସଫଳ ହୋଇଛି । ଏହା ସହ ଗୋଟିଏ ବାଇକ ସଂପୃକ୍ତଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
Tags
Odisha Latest News