Ads

ଗଞ୍ଜାମ: ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁବାବୁ ଙ୍କ 26ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ବିଧାୟିକା ଲତିକା ପ୍ରଧାନ ପ୍ରଥମେ ବେଗୁନିଆପଡା ବ୍ଲକ ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟ ଦେଇଥିଲେ । ପରେ କୋଦଳା ଓ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ ରେ ମଧ୍ୟ ଯୋଗଦେଇ କାଲିମେଘୀ ଠାରେ ତିଳତର୍ପଣ କରାଯଇଥିଲା । ଏବଂ ସେଇଠାରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରଥମେ ବିଧାୟିକା ବିଜୁ ବାବୁଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ଜ୍ବଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ କାଉନସିଲରଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।
Previous Post Next Post

ADS