ଗଜପତି(ସନ୍ତୋଷ କୁମାର ମହାନ୍ତି): ସୌମ୍ୟରଞ୍ଜନ ମୃତ୍ୟୁ ମାମଲା,ପାରଳାଖେମୁଣ୍ଡି SDJM କୋର୍ଟ ତିନି ଜଣଙ୍କୁ ୨୭ ତାରିଖ ହାଜିରା ହେବା ପାଇଁ ନୋଟିସ୍।ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ,DFO ସଂଗ୍ରାମ କେଶରୀ ବେହେରା, ପତ୍ନୀ ଦିବ୍ୟା ଭାରତୀ ପଣ୍ଡା, ରୋଷେୟା ମନ୍ମଥ କୁମ୍ଭ ଙ୍କୁ ନୋଟିସ।୨୦୨୧ଜୁଲାଇ ୧୨ ତାରିଖ ରାତିରେ ACF ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ପୋଡ଼ି ହୋଇଥିଲା ପୋଲିସ ପହଞ୍ଚି ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲ ରେ ତାଙ୍କ ମୃତ୍ୟୁ ହୋଇଥିଲା।ଏହି ଘଟଣା କୁ ପୋଲିସ ତଦନ୍ତ କରିବା ପରେ କ୍ରାଇମବ୍ରାଞ୍ଚ ର ଏକ ଟିମ୍ ପହଞ୍ଚି ତଦନ୍ତ ପରେ କ୍ଳିନ୍ ଚିଟ୍ ମଧ୍ୟ ପ୍ରଦାନ କରିଥିଲେ।କ୍ରାଇମବ୍ରାଞ୍ଚ ର ତଦନ୍ତ ରେ ସନ୍ତୁଷ୍ଟ ନ ହୋଇ ପୁଣି ଥରେ ପାରଳାଖେମୁଣ୍ଡି SDJM କୋର୍ଟ ରେ ପୁଅର ହତ୍ୟା ମାମଲାର ବିଚାର ପାଇଁ ମାମଲା ରୁଜୁ କଲେ ମୃତ ସୌମ୍ୟରଞ୍ଜନ ମହାପାତ୍ର ଙ୍କ ବାପା ଅଭିରାମ ମହାପାତ୍ର ।SDJM କୋର୍ଟ ଏହି ମାମଲାକୁ ଗୁରୁତ୍ବ ସହ ନେଇ 320,120 B ଧାରା ଲାଗିଛି ଏହି ଘଟଣା ର ତଦନ୍ତ ପାଇଁ ପାରଳାଖେମୁଣ୍ଡି SDJM କୋର୍ଟ 27 ତାରିଖରେ ହାଜିର ହେବା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Tags
Odisha Latest News