Ads

ବଲାଙ୍ଗୀର(ଦୁର୍ଯ୍ୟଧନ ବର୍ଗେ): ଗୁରୁ ଶିଷ୍ୟର ପବିତ୍ର ସଂମ୍ପର୍କରେ ପୁଣି ଥରେ ଲାଗିଛି କଳଙ୍କର ଦାଗ।ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିବା ସହ ଦୁଷ୍କର୍ମ  କରିବା ଉଦ୍ୟମ ଏବଂ ଘଟଣାକୁ ପ୍ରକାଶ କଲେ ଜୀବନରୁ ମାରିଦେବା ଧମକ ଦେଇଥିବା ଭଳି ଏକ ଗୁରୁତ୍ବର ଘଟଣା ଘଟିଛି ଏହି ଅଞ୍ଚଳରେ।ତେବେ ପୀଡିତା ଛାତ୍ରୀଙ୍କ ଅଭିଭାବକ ଏ ସଂମ୍ପର୍କ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ ପାଟଣାଗଡ ଅଞ୍ଚଳ ର ଜଣେ ୧୫ ବର୍ଷିୟା ନାବାଳିକା ଦଶମ ଶ୍ରେଣୀରେ ପାଠ ପଢନ୍ତି।ଗତ ୨୮ ତାରିଖ ଦିନ ଉକ୍ତ  ହାଇସ୍କୁଲ ର ଶିକ୍ଷକ ସତ୍ୟନାରାୟଣ ନାଏକ ପୁସ୍ତକ କିଣି ଦେବା ଆଳ ଦେଖାଇ ଛାତ୍ରୀ ଜଣଙ୍କୁ ନିଜ ବାଇକ ରେ ବସିବା ପାଇଁ ବାଧ୍ୟକରିଥିଲେ।ଗୁରୁଙ୍କ ଆଦେଶ କୁ ଛାତ୍ରୀ ଜଣକ ଅବଜ୍ଞା ନକରି  ବାଧ୍ୟ ହୋଇ ଶିକ୍ଷକଙ୍କଂବାଇକରେ ବସିଥିଲେ।ତେବେ ମୁଖ୍ୟ ରାସ୍ତାକୁ ଛାଡି ଦେଇ ଶିକ୍ଷକ ନାରାୟଣ ନାଏକ ନିଛାଟିଆ ଜଙ୍ଗଲୀ ରାସ୍ତାକୁ ବାଇକ ମୁହାଁଇଥିଲେ।କେବଲ ସେତିକି ନୁହେଁ ଏକ ଜଙ୍ଗଲ ନିଛାଟିଆ ଜାଗା ଦେଖି ଅଭିଯୁକ୍ତ ଶିକ୍ଷକ ବାଇକ କୁ ରଖି ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ।ପରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ  ଦୁଷ୍କର୍ମ ପାଇଁ ଉଦ୍ୟମ ଆରମ୍ଭ କରିବା ମାତ୍ରେ ଛାତ୍ରୀ ଜଣକ ଜୈରରେ ଚିତ୍କାର କରିବା ପରେ ଶିକ୍ଷକ ଉକ୍ତ ସ୍ଥାନ ରୁ ଫେରାର ମାରିଥିଲା।ନିରୀହ ଛାତ୍ରୀଟି ଏବିଷୟରେ କାହାକୁ କହିଲା ନାହିଁ ସତ ।କିନ୍ତୁ ସେ ଆଉ ବିଦ୍ୟାଳୟ ଯିବାକୁ ରାଜି ହେଲା ନାହିଁ।ଅନ୍ୟ ପଟେ ଛାତ୍ରୀର ମାଁ ଓ ବାପା ବିଦ୍ୟାଳୟ ଯିବାକୁ ବାରମ୍ବାର କହିବାରୁ ସେ ସେମାଙ୍କ ଆଗରେ ସମସ୍ତ ଘଣା ବର୍ଣ୍ଣନା କରିଥିଲା।କାଲି ଏସଂକ୍ରାନ୍ତରେ ଛାତ୍ରୀଙ୍କ ବାପା ପାଟଣାଗଡ ଥାନାର ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ପାଟଣାଗଡ ପୋଲିସ ଶିକ୍ଷକଙ୍କୁ ଥାନାକୁ ଆଣି ପଚରା ଉଚରା କରି ଆଜି ଗିରଫ କରି ଏସଂକ୍ରାନ୍ତରେ ପାଟଣାଗଡ ଥାନାରେ ଭାରତୀୟ ପି ୩୭୬,୫୧୧,୫୦୬, ଏବଂ ପୋସ୍କୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।
Previous Post Next Post

ADS