ନୂଆପଡା(ଜଗନ୍ନାଥ ସାଗର):ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡରାମୁଣ୍ଡା ଗ୍ରାମ ଠାରେ ଗ୍ରାମ ଜଳ ଓ ପରିମଳ କମିଟି ଗଠନ ହୋଇଯାଇଅଛି। ଏହି କମିଟି ଦ୍ଵାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାୟୀତ୍ବ ଦୀର୍ଘ ପରିଚାଳନା ନେଇ ଗୁରୁତ୍ବ ଦେଇଛନ୍ତି। କିପରି ସୁଚାରୁ ରୂପେ ଜଳ ଆବଣ୍ଟନ କରି ପ୍ରତ୍ୟେକ ହିତାଧିକାରୀ ଜଳ ବ୍ୟବହାର କରିପାରିବେ। ଏଥିସହ ଜଳ ଅପବ୍ୟହାର ଏବଂ ଅପଚୟ ରୋକିବା ପାଇଁ ସଚେତନ କରିବା,ଜଳ ଟିକସ ଉପଯୁକ୍ତ ଭାବରେ ପଇଠ କରିବା,ପ୍ରକୃତିକ ଉପାଦେୟ ଜଳର ସଦ ବିନିଯୋଗ କରି ଜଳର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ ହେବ ପାଇଁ ଆହ୍ବାନ କରିଥିଲେ। ଅନୁଷ୍ଠିତ ସଭାରେ ମହେନ୍ଦ୍ର କୁମାର ଯୋଶୀ ଯୋଗ ଦେଇ ଜଳ ମନୁଷ୍ୟ ପାଇଁ ଆବଶ୍ୟକ ହେଉଥିବା ବେଳେ ବିଶ୍ୱରେ ଜଳ ଶଙ୍କଟ ନେଇ ଆହ୍ବାନ କରିଥିଲେ। ସଭାରେ ଗ୍ରାମଉ ଜଳ ଓ ପରିମଳ ମିଶନ ଏବଂ ୟୁଥ ଫର ଏକ୍ସନ ମିଳିତ ଆନୁକୁଲ୍ୟରେ ଗ୍ରାମ ଜଳ ଓ ପରିମଳ କମିଟି ଗଠିତ ହୋଇଯାଇଅଛି।ୟାର ସ୍ୱଭାପତି ସଂଜୀବ କୁମାର ପଣ୍ଡା, ସରପଞ୍ଚ ବୃନ୍ଦାବନ ନାଗ,ପଞ୍ଚାୟତ ଅଧିକାରୀ ଏବଂ ବିଭଗୀୟ ଯନ୍ତ୍ରୀ ଦେବୀ ପ୍ରଶାଦ ତାଣ୍ଡି ଙ୍କ ସମେତ ଜଳ ବ୍ୟବହାର କରିବା ହିତାଧିକାରୀ ମାନେ ଯୋଗ ଦେଇଥିଲେ।
Tags
Odisha Latest News