ନୂଆପଡ଼ା(ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉ.ପ୍ରା ବିଦ୍ୟାଳୟ ଛୋଟଦର୍ଲିପଡ଼ା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଦିନ ୧୧ ଟାରେ ସ୍କୁଲ ଛାତ ଉପରେ ଥିବା ପାଣିଟାଙ୍କି ର ଶ୍ୱିଚ ସବୁଦିନ ଖୋଲୁଛନ୍ତି ଦୁଇ ସ୍କୁଲ ଛାତ୍ର । ସମସ୍ତ ଶିକ୍ଷକ ଥିବା ସମୟରେ ସ୍କୁଲ ଛାତ୍ରମାନେ ଯଦି ଛାତ ଉପରକୁ ଚଢ଼ିବେ କିମ୍ବା କୌଣସି ଅଘଟଣ ଘଟେ ଦାୟୀ ହେବ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ବିଷୟରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ନୀଆଲ ଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣିନାହିଁ ବୋଲି କହିଥିଲେ । ବାପା ମାଁ ମାନେ ନିଜ ପିଲାକୁ ସକାଳୁ ସକାଳୁ ପ୍ରସ୍ତୁତ କରି ସ୍କୁଲ କୁ ପାଠ ପଢିବା ପାଇଁ ପଠାଉଛନ୍ତି ହେଲେ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଛାତ ଉପରକୁ ଚଢାଇ ପାଣିଟାଙ୍କି ରୁ ପାଣି ସ୍ୱିଚ ଖୋଲିବାକୁ ନିର୍ଦ୍ଦେଶ ଦେଉଛନ୍ତି ପ୍ରଧାନ ଶିକ୍ଷକ । ତେବେ ଏଭଳି ବିପଦ ପୂର୍ଣ୍ଣକାର୍ୟ୍ୟ କରାଉଥିବା ଘଟଣାକୁ ନାପସନ୍ଦ କରିଛନ୍ତି ଅଭିଭାବକ ।
Tags
Odisha Latest News