Ads

ବୌଦ୍ଧ: ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟଶୈଳୀ ! ଯେତେବେଳେ ମନକୁ ଯାହା ଆସିଲା ତାହା କରୁଛନ୍ତି । ଜିଲ୍ଲାପାଳଙ୍କ ଆଜ୍ଞାକୁ ଅବଜ୍ଞାକଲେ ନିସ୍ତାର ନାହିଁ । ଏସବୁ ଭିତରେ ଗୋଟିଏ କଥା କିନ୍ତୁ ସ୍ପଷ୍ଟ ଜିଲ୍ଲାପାଳ ଶ୍ରୀ ସତ୍ୟ ରଂଜନ ସାହୁଙ୍କ ଜିଲ୍ଲାର ବିକାଶକୁ ନେଇ କୌଣସୀ ଭିଜନ ନଥିଲା ପରି ଲାଗୁଥିବା ଏବେ ଚାରିଆଡେ ଆଲୋଚନା ହେଉଛି । ଅଧାଅଧୁରା ବାଉଁଶୁଣୀ ଜବରଦଖଲ ଉଚ୍ଛେଦ ହେଉ କି ଗୋଚର ଜମିରେ ବେଆଇନ ପୋଖରୀ ନିର୍ମାଣ ହେଉ କି ବାଲି ଚାଲାଣ ଘଟଣା ଏମିତି ଅନେକ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟଶୈଳି ଲକ୍ଷ୍ୟହିନ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଏସବୁ ଭିତରେ କିନ୍ତୁ ଜିଲ୍ଲାପାଳଙ୍କ ଇଗୋ ପ୍ରବଳ ରହିଛି ଆଉ କାମ ଦୁର୍ବଳ ପରି ଲାଗୁଛି । ଜିଲ୍ଲାପାଳ ଶ୍ରୀ ସତ୍ୟ ରଂଜନ ସାହୁ ବୌଦ୍ଧ ଜିଲ୍ଲାରେ ଯୋଗଦେବା ପରେ ଶିକ୍ଷା ବିଭାଗକୁ ଫୋକସ କରିଥିଲେ । ଏବଂ ତାହା ଗଣମାଧ୍ୟମରେ ବଡ ବଡ ଶିରୋନାରେ ଜିଲ୍ଲାପାଳଙ୍କ ଚଢାଉ ଉପାଖ୍ୟାନ ଖବରକାଗଜରେ ମଣ୍ଡିତ ହେଲା । ହେଲେ ଶିକ୍ଷକ ବଦଳି, ଡିପ୍ଲଏଡରେ ଗଡବଡିକୁ ନେଇ ଶିକ୍ଷା ବିଭାଗରେ ଚଢାଉ ହେଲା ଠିକ୍, ଫାଇଲ ଜବତ୍ ହେଲା ତାହା ବି ଠିକ୍ । ତାପରେ ହେଲା କଣ ? ପୂର୍ବତନ ବିଇଓ ନିୟମକୁ ବେଖାତିରି କରି ମନଇଚ୍ଛା କରିଥିବା ବଦଳିକୁ କ୍ୟାନସେଲ କରାହେଲା ନା କୌଣସି ପଦକ୍ଷେପ ନିଆଗଲା । ଯଦି ଶିକ୍ଷକ ଡିପ୍ଲଏଡ ଓ ବଦଳିରେ ଗଡବଡି ଥିଲା ତାହେଲେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଲେ କି ? ଯଦି ନେଲେ ନାହିଁ ତାହେଲେ ସେଥିରେ ହୋଇଥିବା ଅନୀୟମିତତାକୁ ନିରବ ସମର୍ଥନ କରିବା ଅର୍ଥାତ ଦୁର୍ନୀତିକୁ ପ୍ରଶୟ ଦେବା ନୁହଁକି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଏବେ ପୁଣି ଜିଲ୍ଲାପାଳଙ୍କ ପିସି ଉପାଖ୍ୟାନ ମଧ୍ୟ ଜୋରଦାର ପ୍ରଚାର ହେଉଛି । ତାହାର କେତେ ସତ୍ୟତା ରହିଛି ତାହା ତଦନ୍ତ ସାପେକ୍ଷ । ଜିଲ୍ଲାପାଳ ଶ୍ରୀ ସାହୁ ଆତ୍ମପ୍ରଚାର କରିବାର ମୋହ ଛାଡି ଜିଲ୍ଲାର ବାସ୍ତବିକ ବିକାଶ ଉପରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।
Previous Post Next Post

ADS