Ads

*ପ୍ରଶାସନ ଅବହେଳା କାରଣରୁ ଜଗଦିଶଙ୍କ ଆତ୍ମାହୁତି,
*ପ୍ରତିଶ୍ରୁତି ଦେଇ ପୂରଣ କରିବାରେ ବିଫଳ
*ଏକ ମାସ ପରେ ଦଳିତ ଏକତା ମଞ୍ଚ ପକ୍ଷରୁ ଗଣଧାରଣା

ନୂଆପଡା(ଜଗନ୍ନାଥ ସାଗର): ଜିଲ୍ଲା ସଦର ତହସିଲ କାର୍ଯ୍ୟାଳୟ ରେ ଜମି ବିକ୍ରି ନେଇ ପରମିଶନ ରିପୋର୍ଟ ପ୍ରଦାନ ରେ ବିଳମ୍ବ କାରଣ ରୁ ଜଗଦୀଶ ଆତ୍ମାହୁତି ହେଇଥିଲେ। ଏହି ଘଟଣା ଏକ ମାସ ଅତିକ୍ରମ ପରେ ପ୍ରତିଶ୍ରୁତି ମୁତାବକ ପରିବାରଙ୍କୁ ସହାୟତା ମିଳିପାରି ନାହିଁ। ସମ୍ପୃକ୍ତ ଅଧିକାରୀଙ୍କ ଵିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇ ନାହିଁ। ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା। ଜଗଦୀଶଙ୍କ ପରିବାରଙ୍କୁ ୩୨୦୦୦୦/- ଟଙ୍କା ଏବଂ  ସନ୍ତାନଙ୍କ ଶିକ୍ଷା ପାଇଁ ୪୮୦୦୦/- ଟଙ୍କା ମିଳିଅଛି।ସ୍ତ୍ରୀଙ୍କୁ ଆଜି ଚକିରି ମିଳିଛି। ଏପ୍ରିଲ ୨୦୨୨ ଠାରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ନୂଆପଡା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ୯ ଜଣଙ୍କୁ ଜମି ବିକ୍ରି ପାଇଁ ପରମିଶନ ଦେଇଛନ୍ତି। ଜଗଦୀଶକୁ ମାତ୍ର ୧୬ ଡିସମିଲର ପରମିଶନ ନ ଦେବାରୁ ଜୀବନ ହରେଇଥିଲେ। ରବି ମଂଗରାଜ ଙ୍କ ନେତୃତ୍ବରେ କାର୍ତିକ ଦୀପ, ଭୋଜରାଜ ବାଗ, ରାଜୁ ଚୌହାନ, ରାଧେଶ୍ଯାମ ବାଗ, ମୁରଲି ସୁନା, ଲାଲ ବାହାଦୁର ଦାସ, ଲଲ୍ଲୁ ଚେଲକ, ଏକାମ ଦୀପ, ଅରଖ ରାମ ପାଣ୍ଡେ, ଉଗ୍ରେସନ ତାଣ୍ଡି, ମନିଜର ଆର୍ଯ୍ୟ,ବିରଞ୍ଚି ଦୀପ, ଘାସି ଦୁରିଆ,ଈଶ୍ଵର ସୁନାନୀ,ସୁନୀଲ ଦୀପ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଶ୍ନନ ପାଢୀ ପ୍ରମୁଖ ଯୋଗଦେଇଥିଲେ ।
Previous Post Next Post

ADS