Ads

ଭୁବନେଶ୍ୱର: ଓଡିଶା ଅର୍ଥନୀତିରେ ସବୁଠୁ ଅଧିକ ରାଜସ୍ୱ ଦେଉଥିବା ଜିଲ୍ଲାମାନଙ୍କ ଭିତରେ ଝାରସୁଗୁଡା ଜିଲ୍ଲା ଅନ୍ୟତମ । ବିଭିନ୍ନ ଦୁରାରୋଗ, ବାର୍ଦ୍ଧକ ଜନିତ ମୃତ କାରଣରୁ ଉପନିର୍ବାଚନ ହୋଇଥାଏ । କିନ୍ତୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କାରଣରୁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ପୋଲିସ ଦ୍ୱାରା ହତ୍ୟା ହେବାକୁ ନେଇ ଉପନିର୍ବାଚନ ହେଉଛି, ଯାହାକି ଓଡିଶାବାସୀଙ୍କୁ ଅତ୍ୟନ୍ତ ଦୁଃଖ ଦେଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଶ୍ରୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିଧାୟକ ଶଂକର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଡ.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ସାମିଲ ହେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
Previous Post Next Post

ADS