Ads

ନୂଆପଡ଼ା(ଜଗନ୍ନାଥ ସାଗର): ନୂଆପଡ଼ା ରେଞ୍ଜ ଅଧ୍ବନ
ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁରେ ବାଘ
ଆତଙ୍କ ଦେଖା ଦେଇଛି । ରବିବାର ସକାଳୁ ଗାଈକୁ
ଶିକାର କରି ଶିକାରକୁ ଜଗି ରହିଛି । ଏହି
କଲରାପତରିଆ ବାଘର ଚିତ୍ର ମୋବାଇଲ
କ୍ୟାମେରାରେ କଏଦ ହୋଇଛି । ରବିବାର ସକାଳେ ସିଲିଆରିବାହାରା ଗାଁର ଏକ ଗାଈ ନିକଟ ଜଙ୍ଗଲକୁ ଚରିବାକୁ ଯାଇଥିଲା । ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ଆସି ବାଘ ଶିକାର ପାଇଁ ଜଗି ରହିଥିଲା। ଜଙ୍ଗଲରେ ଗାଈକୁ ବାଘ ଶିକାର କରି ଖାଇଥୁଲା । ହେଲେ ଗାଈକୁ ଖାଇବା ପରେ ବାଘ ଜଙ୍ଗଲକୁ ଯାଇ ପାରିନଥିଲା । ଭୋକିଲା ବାଘ ଅଧିକ ଖାଦ୍ୟ
ଖାଇଦେଇ ଜଙ୍ଗଲ ଭିତରକୁ ଯାଇ ପାରୁନଥିବା
ଲୋକେ ଅନୁମାନ କରିଛନ୍ତି । ଏବେ ସ୍ଥାନୀୟ ଯୁବକ
ମାନେ ବାଘର ଫଟୋ ଓ ଭିଡିଓ ମୋବାଇଲ
କ୍ୟାମେରାରେ କଏଦ କରିଛନ୍ତି । ଏମିତି କି ୨୦/୩୦
ମିଟର ଦୂରରୁ ଯୁବକ ମାନେ ଫଟୋ ଉଠାଉଥିଲେ ବି
ବାଘ ଜଙ୍ଗଲକୁ ଯାଉନଥିବା ଲୋକେ କହିଛନ୍ତି । ବା
ଅସୁସ୍ଥ ଥିବାର ବି ଅନୁମାନ କରାଯାଉଛି। ଏବେ
ବାଘର ଜୀବନ ପ୍ରତି ବିପଦ ରହିଛି । ଅନ୍ୟପକ୍ଷରେ
ଲୋକେ ଅସୁରକ୍ଷିତ ଭାବେ ବାଘ ପାଖକୁ ଚାଲି
ଯାଉଥିବାରୁ ବିପଦ ରହିଛି । ବର୍ତ୍ତମାନ ସୁଦ୍ଧା ଘଟଣା
ସ୍ଥଳରେ ବନ ବିଭାଗ ଅଧିକାରୀକି କର୍ମଚାରୀ
ପହଞ୍ଚିନଥିବା ଲୋକେ କହିଛନ୍ତି । ଏଣୁ ବାଘ ଓ
ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ
ନିକଟରେ ଦାବି ହେଉଛି ।
Previous Post Next Post

ADS